Latest Odisha News

ସଂକ୍ରମଣରେ ଇଟାଲୀକୁ ପଛରେ ପକାଇ ଷଷ୍ଠ ସ୍ଥାନରେ ଭାରତ

ନୂଆଦିଲ୍ଲୀ: କରୋନା ଭୂତାଣୁ ମହାମାରୀର ରୂପ ନେଇ ସାରା ଦେଶରେ ବ୍ୟାପିବାରେ ଲାଗିଛି । ବିଶ୍ୱର ସବୁଠାରୁ ଅଧିକ ସଂକ୍ରମିତ ୧୦ ଦେଶ ମଧ୍ୟରେ ଭାରତ ଦ୍ରୁତ ଗତିରେ ଆଗକୁ ବଢୁଛି । ଦୁଇ ଦିନ ତଳେ ବିଶ୍ୱର ସପ୍ତମ ସ୍ଥାନରେ ଥିବା ଭାରତ ଏବେ ଷଷ୍ଠ ସ୍ଥାନରେ ପହଁଚିଯାଇଛି । ସଂକ୍ରମଣରେ ଇଟାଲୀକୁ ପଛରେ ପକାଇଦେଇଛି ଭାରତ ।

ଶନିବାର ସୁଦ୍ଧା ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାରରେ ପହଁଚିଛି । ଗତ ୨୪ ଘଂଟାରେ ସାରା ଦେଶରେ ୯ହଜାର ୮୮୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ୨୯୪ ଜଣ ପ୍ରାଣ ହରାଇଛନ୍ତି । ସେପଟେ ଇଟାଲୀରେ ଆକ୍ରାନ୍ତଙ୍କ ସଖ୍ୟା ୨ ଲକ୍ଷ ୩୫ ହଜାର ପାଖାପାଖି ରହିଛି । ଏବଂ ବିଶ୍ୱର କରୋନା ସଂକ୍ରମିତଙ୍କ ତାଲିକାରେ ସପ୍ତମ ସ୍ଥାନରେ ରହିଛି ଇଟାଲୀ ।

Leave A Reply

Your email address will not be published.