Latest Odisha News

BREAKING NEWS

ସୋଆ ପକ୍ଷରୁ ‘ବିଶ୍ୱ ସିଜୋଫ୍ରେନିଆ’ ଦିବସ ପାଳିତ

ଭୁବନେଶ୍ୱର: ବିଶ୍ୱ ସିଜୋଫ୍ରେନିଆ ଦିବସ ଅବସରରେ ଶିକ୍ଷା ଓ ଅନୁସନ୍ଧାନ ଡିଏମଡ଼ ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ ଆଣ୍ଡ ସମ ହସ୍ପିଟାଲ ଅନ୍ତର୍ଗତ ମାନସିକ ରୋଗ ବିଭାଗ ଏବଂ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ (ଓଡ଼ିଶା ଶାଖା)ର ମିଳିତ ଆନୁକୂଲ୍ୟରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ସୋଆର ଛାତ୍ର ମଙ୍ଗଳ ଡିନ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲା ବେଳେ ଅନ୍ୟତମ ଅତିଥି ଭାବେ ଭାରତୀୟ ମାନସିକ ସ୍ୱାସ୍ଥ୍ୟ ସଂଗଠନ ଓଡିଶା ଶାଖାର ସଭାପତି ତଥା ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମାନସିକ ରୋଗ ବିଭାଗର ମୁଖ୍ୟ ଡାକ୍ତର ସୁରଜିତ ସାହୁ ଯୋଗ ଦେଇଥିଲେ। ସେ ମାନସିକ ରୋଗୀ ମାନଙ୍କର କିଭଳି ଯତ୍ନ ନିଆଯାଇ ପାରିବ ସେ ନେଇ ସୂଚନା ଦେଇଛନ୍ତି।

ଯାଆଁଳା ସ୍ଥିତ ମଦର ଟେରେସା ମିଶନାରୀ ଅଫ ଚାରିଟି ଅନୁଷ୍ଠାନରେ ଥିବା ଅନ୍ତେବାସୀ ତଥା ମାନସିକ ରୋଗୀ ମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବା ସହ ସମ ହସ୍ପିଟାଲର ମାନସିକ ରୋଗ ବିଭାଗର ପ୍ରଫେସର ଡାକ୍ତର ଶୁଭେନ୍ଦୁ ନାରାୟଣ ମିଶ୍ର ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ସେହିପରି ଆଇଏମଏସ ଏବଂ ସମ ହସ୍ପିଟାଲ ପରିସରରେ ମଧ୍ୟ ବିଶ୍ୱ ସିଜୋଫ୍ରେନିଆ ଦିବସ ପାଳନ କରାଯାଇଛି।

ଏହି କାର୍ଯ୍ୟକ୍ରମରେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ଅଡିସନାଲ ଡିନ ପ୍ରଫେସର ଅଜୟ କୁମାର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରୋଗର ସଚେତନତା ଓ ନିରାକରଣ ସମ୍ପର୍କିତ ତଥ୍ୟ ପ୍ରଦାନ କରିଥିଲେ।

ଚଳିତ ବର୍ଷର ସିଜୋଫ୍ରେନିଆ ଦିବସର ପ୍ରସଙ୍ଗ ରହିଛି ‘ଡୁ ହ୍ବାଟ ୟୁ କାନ ଡୁ’। ଏହି ମାନସିକ ରୋଗକୁ କଳଙ୍କ ନ ଭାବି କିଭଳି ଏହି ରୋଗୀ ମାନଙ୍କର ଯତ୍ନ ନିଆଯାଇପାରିବ ଏବଂ ଏହି ରୋଗୀ ମାନେ ଯେଭଳି ଗୁଣିଆ ମାନଙ୍କ ହାବୁଡ଼ରେ ନପଡ଼ି ଡାକ୍ତରଙ୍କ ଠାରୁ ଉପଯୁକ୍ତ ଚିକିତ୍ସା ପାଇପାରିବେ ସେ ଦିଗରେ କାର୍ଯ୍ୟକ୍ରମରେ ଆଲୋଚନା କରାଯାଇଥିଲା।

Leave A Reply

Your email address will not be published.