ବାରିପଦା : ନିଜକୁ ଜଣେ ଆଇଏଏସ୍ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିବା ଏକ ବ୍ୟକ୍ତିକୁ ଆଜି ବାରିପଦା ପୁଲିସ ଉଦଳାର ଦାମୋଦରପୁରରୁ ଗିରଫ କରିଛି ।
ଅଭିଯୁକ୍ତ ଜଣକ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ରଜତ ପଣ୍ଡା ବୋଲି ପୁଲିସର ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ପୁଲିସସୂତ୍ରରୁ ସୂଚନା ମିଳିଛି ଯେ, ନିଜକୁ ଜଣେ ଆଇଏସ୍ ଅଫିସର ବୋଲି ପରିଚୟ ଦେଇ ଦାମୋଦରପୁରର ଜଣେ ଯୁବତୀଙ୍କୁ ବିବାହ କରିଛି ଅଭିଯୁକ୍ତ ରଜତ ।
ତେବେ ଅଭିଯୁକ୍ତ ରଜତ ନିଜକୁ ଲିଙ୍ଗରାଜ ପଣ୍ଡା ଏବଂ ମାଲକାନଗିରିରେ ସବ-କଲେକ୍ଟର ଭାବେ ଫେସବୁକରେ ଏକ ଫେକ୍ ଆକାଉଣ୍ଟ ଖୋଲି ଯୁବତୀ ଜଣଙ୍କୁ ଫସାଇଥିବାର ଅଭିଯୋଗ ହୋଇଛି ।
ସେହି ଅଞ୍ଚଳରେ ନକଲି ଆଇଏଏସ୍ ଅଫିସରଙ୍କ ସନ୍ଦେହଜନକ ଗତିବିଧିକୁ ନିରୀକ୍ଷଣ କରି କିଛି ସ୍ଥାନୀୟ ବାସିନ୍ଦା ପୁଲିସକୁ ଖବର ଦେଇଥିଲେ ।
ଠକ ଆଇଏସ୍ ଅଫିିସର ରଜତ ୨୦୧୪ ମସିହାରେ ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ଏକ ଅଭିଯୁକ୍ତ ଭାବେ ଦେଢ ବର୍ଷ କାଳ ଝାରପଡ଼ା ଜେଲରେ ରହିଥିଲା ।
ତେବେ ରଜତ ନାମରେ ବିଭିନ୍ନ ଥାନାରେ ଠକେଇ ଅଭିଯୋଗ ରହିଥିବାର ଜଣାପଡ଼ିଛି ।
BREAKING NEWS
- ଭଦ୍ରକରେ ହେବ ବୟନ ପାର୍କ: ମୁଖ୍ୟମନ୍ତ୍ରୀ
- କୋଟାରେ ପୁଣି ଛାତ୍ର ଆତ୍ମହତ୍ଯା, ଚଳିତ ବର୍ଷ ଗଲାଣି ୧୭ ଜୀବନ
- କାଲିଠୁ କମିବ ବର୍ଷା, ୪୮ ଘଣ୍ଟା ରହିବ ଘନକୁହୁଡ଼ି
- ସୁଖୀ ଦାମ୍ପତ୍ୟ ଜୀବନରେ ନିଆଁ ଲଗାଏ ଏହି ସବୁ ଭୁଲ୍…
- ଜୟପୁରରେ ଗ୍ୟାସ ଟ୍ୟାଙ୍କର ବିସ୍ଫୋରଣ; ମୃତ୍ୟୁ ସଂଖ୍ୟା ୧୪ ଛୁଇଁଲା
- ଜାନୁଆରୀରେ ଆସିବ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା
- ବାରମ୍ବାର ଜିନିଷ ଭୁଲିଯାଆନ୍ତି କି ? ‘ଜିଓ ଟ୍ୟାଗ ଗୋ’ ଖୋଜି ଦେବ ଆପଣଙ୍କ ଜିନିଷ..
- ପ୍ରିୟଙ୍କାଙ୍କ ନାଁରେ ସଙ୍ଗିନ ଅଭିଯୋଗ, ସତ ହେଲେ ଯାଇପାରେ ସାଂସଦ ପଦ
- ଡ୍ରାମା ପାଇଁ ବିଜେପି ସାଂସଦଙ୍କୁ ଆୱାର୍ଡ ଦିଆଯିବା ଉଚିତ୍: ଜୟା ବଚ୍ଚନ
- ଭାରତରେ ଜବରଦସ୍ତ ଆୟ କଲା ଫିଲ୍ମ ‘ମୁଫାସା ଦ ଲାୟନ କିଂ’: ପ୍ରଥମ ଦିନରେ ୧୦ କୋଟି
Comments are closed.