ସମ୍ବଲପୁର : ଆଜି ହେଉଛି ‘ବିଶ୍ୱ ପରିବେଶ ଦିବସ’ । ମହାନଦୀ କୂଳରେ ପ୍ରଚୁର ଭାବେ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ଆଜି ସମ୍ବଲପୁରରେ ଉଦଘାଟିତ ହୋଇଛି ‘ମିଶନ ଗ୍ରୀନ ମହାନଦୀ’ କାର୍ଯ୍ୟକ୍ରମ ।
ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ତଥା ସମ୍ବଲପୁର ପ୍ରଶାସନର ମିଳିତ ସହଯୋଗରେ ଆରମ୍ଭ ହୋଇଛି ଏହି ପରିବେଶ ସମ୍ପର୍କୀତ କାର୍ଯ୍ୟକ୍ରମ ।
ସମ୍ବଲପୁରସ୍ଥିତ ସମଲେଶ୍ୱରୀ ଘାଟରେ ଏହି ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉଦଘାଟିତ କରିବା ଅବସରରେ ସ୍ଥାନୀୟ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ କହିଛନ୍ତି, “ମହାନଦୀର ଉଭୟ ପାଶ୍ୱର୍ରେ ସବୁଜ ବଳୟ ସୃଷ୍ଟି କରିବା ଲକ୍ଷନେଇ ୨କୋଟି ଚାରାରୋପଣ କରାଯାଉଛି । ମହାନଦୀର ଦକ୍ଷିଣ ଏବଂ ବାମପଟରେ ଉଭୟ ସରକାରୀ ଏବଂ ଘରୋଇ ଖାଲି ସ୍ଥାନଉପରେ ବୃକ୍ଷରୋପଣ କରାଯିବ । ଏହି ୨କୋଟି ଚାରା ମଧ୍ୟରୁ ୧୨ ଲକ୍ଷ ଚାରା ରୋପଣ କରାଯିବ କେବଳ ସମ୍ବଲପୁର ଜିଲ୍ଲାରେ । ”
ଏହି ଅବସରରେ ବିଧାୟିକା ଏବଂ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଦ୍ୱାରା ଏକ ସଚେତନତା ଭ୍ୟାନ ଉଦଘାଟିତ ହୋଇଥିଲା । ପରିବେଶ ସନ୍ତୁଳନ ତଥା ଜଙ୍ଗଲ ସୁରକ୍ଷା ନିମନ୍ତେ ଏହି ଭ୍ୟାନ ସମଗ୍ର ଜିଲ୍ଲାରେ ସଚେତନତାର ବାର୍ତ୍ତା ପ୍ରଚାର କରିବାରେ ସହାୟକ ହେବ ।
ଲୋକମାନଙ୍କୁ ଏହି ସଚେତନତା ଭ୍ୟାନ ମାଧ୍ୟମରେ ମହାନଦୀ ଓ ପରିବେଶ ସୁରକ୍ଷା ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟିକା ।
BREAKING NEWS
- ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ
- ଭାଷା ଭାଗବତ : ଛୁଆ ସ୍ବୟଂପୂର୍ଣ
- ଧାରାବାହିକ ଉପନ୍ୟାସ : ସୁଲୋଚନା (୨୮)
- କବିତା : ମାଗେ ଜଗନ୍ନାଥ
- ସଞ୍ଜୟ ରାଉତଙ୍କୁ ୧୦ ଘଣ୍ଟା ଜେରା କଲେ ଇଡି ଅଧିକାରୀ
- ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ପରେ ବଢ଼ିଲା କଂଗ୍ରେସର ଚିନ୍ତା
- ଏକନାଥଙ୍କୁ ଦଳର ସମସ୍ତ ପଦରୁ ହଟାଇଲେ ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେ
- ବିଶିଷ୍ଟ ଗଣିତ ପ୍ରଫେସର ଇନ୍ଦୁଲତା ଶୁକ୍ଲାଙ୍କ ପରଲୋକ
- ଇଣ୍ଡିଆ-ଇଲଂଣ୍ଡ ଟେଷ୍ଟ: ପନ୍ତଙ୍କ ଦମଦାର ଶତକ
- ଗୁଜୁରାଟର ଅଡାଲଜ୍ ଜଗନ୍ନାଥ ମନ୍ଦିରରେ ରଥଯାତ୍ରା