ରାଜସ୍ଥାନ : ବାହାରକୁ ଦେଖିଲେ ଗଛ । କିନ୍ତୁ ଭିତରେ ଲୋକଙ୍କ ରହିବା ପାଇଁ ପ୍ରଚୁର ସୁବିଧା ରହିଛି । କଥାଟା ହୁଏତ ଆପଣଙ୍କୁ ଅଡ଼ୁଆ ଲାଗିପାରେ । ଏହା କିନ୍ତୁ ବାସ୍ତବ । ୮୭ ବର୍ଷର ପୁରୁଣା ଆମ୍ବ ଗଛ ଉପରେ ଏମିତି ଏକ ୪ ମହଲା ବିଶିଷ୍ଠ ଆଲିଶାନ ଘର ନିର୍ମାଣ କରିଛନ୍ତି ରାଜସ୍ଥାନର ଜଣେ ସିଭିଲି ଇଞ୍ଜିନିୟର । ତାଙ୍କର ଏଭଳି ଉଦ୍ୟମ ପାଇଁ ଲିମ୍କା ବୁକ୍ ଅଫ ରେକର୍ଡ଼ସ୍ରେ ସ୍ଥାନ ପାଇଛି ଏହି ଘର ।
ରାଜସ୍ଥାନ ଉଦୟପୁରର ଇଂ କେ.କେ. ସିଂହ । ତାଙ୍କର ସ୍ୱପ୍ନ ଥିଲା ଏକ ଆଲିଶାନ ଘର ନିର୍ମାଣ କରିବା । କିନ୍ତୁ ତାହା ମାଟି ଉପରେ ନୁହେଁ ବିରାଟକାୟ ଆମ୍ବ ଗଛ ଉପରେ । ନିଜର ଏହି ନିଆରା ସ୍ୱପ୍ନକୁ ପୁରା କରିବା ପାଇଁ ସେ ଫୁଲ ଦମ୍ରେ ଲାଗି ପଡ଼ିଥିଲେ । ନିଜ ଘର ପାଖରେ ଥିବା ପ୍ରାୟ ୮୭ ବର୍ଷର ପୁରୁଣା ଏକ ଆମ୍ବ ଗଛରେ ଘର ତିଆରି କାର୍ଯ୍ୟ ଆରମ୍ଭ କଲେ । ଏହାଦେଖି ପାଖ ପଡ଼ୋଶୀ ଓ ସମ୍ପର୍କୀୟମାନେ ତାଙ୍କର ଏହି ଉଦ୍ୟମ ପାଇଁ ଥଟା କଲେ । ତାଙ୍କୁ ଉତ୍ସାହିତ କରିବା ବଦଳରେ ଏଭଳି ଏକ ଘରର ସ୍ୱପ୍ନ କେବେ ବି ପୂରଣ ହେବ ନାହିଁ ବୋଲି ଟିପ୍ଣୀ ମଧ୍ୟ ରଖୁଥିଲେ । ଲୋକଙ୍କଠାରୁ ବିଭିନ୍ନ କଥା ଶୁଣିଥିଲେ ମଧ୍ୟ ସେ ତାଙ୍କର ସ୍ୱପ୍ନର ଘରକୁ ପୁରା କରିବା ପାଇଁ କାହାରି ଟିପ୍ଣୀ ଉପରେ ଧ୍ୟାନ ଦେଉ ନ ଥିଲେ । ଶେଷରେ ତାଙ୍କର ସ୍ୱପ୍ନର ଆଲିଶନ ବଙ୍ଗଳା ନିର୍ମାଣ ସରିଲା । ଯାହାକୁ ନେଇ ଲୋକଙ୍କ ପାଖରେ ସମାଲୋଚନା କରିବାକୁ ଶବ୍ଦ ବି ନ ଥିଲା ।
ଏହି ଘରେ ରହିଛି ସବୁ ଅତ୍ୟାଧୁନିକ ସୁବିଧାସୁଯୋଗ । ସ୍ଥାନୀୟ ଲୋକଙ୍କ ପାଖରେ ଏହା ହାୱା ମହଲ ଭାବେ ପରିଚିତ । କାରଣ ଏହି ଘର ମାଟିରୁ ୯ ଫୁଟ ଉଚ୍ଚରେ ନିର୍ମାଣ କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି, ଘର ନିର୍ମାଣ ବେଳେ କେ.କେ ଗଛର କୌଣସି ଡ଼ାଳକୁ କାଟି ନାହାନ୍ତି । ଗଛର ପ୍ରତିଟି ଡ଼ାଳକୁ ବହୁତ ଭଲ ଭାବେ ଉପଯୋଗ କରି ପାରିଛନ୍ତି । ଗଛର ଡ଼ାଳରେ ସେ ଟିଭି ସେଟ୍, ଡ଼ାଇନିଂ ଟେବୁଲ, ଷ୍ଟଡ଼ି ଟେବୁଲ ପ୍ରସ୍ତୁତ କରିଛନ୍ତି । ଗଛର ସବୁ ଶାଖା ଘରର ଝରକା ପଟେ ବାହାରକୁ ରହିଛି । ଏଥିଲାଗି ତାଙ୍କ ନାମ ଲିମ୍କା ବୁକ୍ ଅଫ ରେକର୍ଡ଼ରେ ମଧ୍ୟ ସାମିଲ ହୋଇଛି ।
BREAKING NEWS
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
- Artemis II crew Emotional: ଜହ୍ନରେ କାନ୍ଦିଲା ମଣିଷ! କିଛି ଏମିତି ଦେଖିଲା, ଯାହା କେବେ କିଏ ଦେଖିନଥିଲେ…
- ଇସ୍ତଫା ଦେଲେ ଏୟାର ଇଣ୍ଡିଆର ସିଇଓ, ହଠାତ୍ ଏହି ବଡ଼ ନିଷ୍ପତ୍ତି ନେଲେ କାହିଁକି?
- ‘ଅମରାବତୀ’ ଏବେ ଆନ୍ଧ୍ର ପ୍ରଦେଶର ଏକମାତ୍ର ରାଜଧାନୀ
- ଓଲିଉଡର ଜଣାଶୁଣା ବରିଷ୍ଠ ଫିଲ୍ମ ପ୍ରଯୋଜକ ରବି ସ୍ୱାଇଁଙ୍କ ପରଲୋକ
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
Comments are closed.