ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ଘର ବଣ୍ଟନ କରାଯାଉ ଦାବିରେ ମଙ୍ଗଳବାର ରାଜ୍ୟପାଳଙ୍କୁ ଭେଟିଛି ବିଜେପିର ଏକ ପ୍ରତିନିଧି ଦଳ । ପିଏମ ଆବାସ ଯୋଜନାରେ ଓଡ଼ିଶାକୁ ସଦ୍ୟତମ ମିଳିଥିବା ଅତିରିକ୍ତ ୯.୫୯ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଅନୁରୋଧ କରିଛି ଏହି ପ୍ରତିନିଧି ଦଳ । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ନେତୃତ୍ୱରେ ବିଜେପି ବିଧାୟକ ଏବଂ ଦଳୀୟ ନେତା ରାଜ୍ୟପାଳଙ୍କୁ ଭେଟିଥିଲେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରାୟ ୧୦ ଲକ୍ଷ ଘର ଯୋଗ୍ୟ ହିତାଧିକାରୀଙ୍କୁ ବଂଟନ କରାଯାଉ । ରାଜ୍ୟ ସରକାର ଉଚିତ୍ ପଦକ୍ଷେପ ନିଅନ୍ତୁ । ଜିଲ୍ଲା ଓ ବ୍ଲକ ସ୍ତରରେ ଘର ଦେଇ ଗରିବ ତଥା ସାଧାରଣ ଜନତାଙ୍କ ଦାୟିତ୍ୱ ନିଅନ୍ତୁ । ଯୋଗ୍ୟ ହିତାଧିକାରୀଙ୍କୁ ଅଗ୍ରାଧିକାର ଦେବା ଭିତିରେ ଘର ବଂଟନ କରାଯାଉ । ଯଦି ଯୋଗ୍ୟ ଲୋକଙ୍କୁ ଘର ନ ମିଳିବ, ଓଡ଼ିଶାର ଗରୀବ ଜନସାଧାରଣଙ୍କ ବହୁ ଦିନର ପକ୍କା ଘରର ସ୍ୱପ୍ନ ଧୂଳିସାତ ହେବ ବୋଲି ଶ୍ରୀ ମାଝୀ କହିଛନ୍ତି । ହିତାଧିକାରୀ ଚୟନରେ ଜିଲ୍ଲା ଏବଂ ବ୍ଲକ ପ୍ରଶାସନ ଆବଶ୍ୟକୀୟ ତଦାରଖ କରିବେ ଏବଂ ନିରପେକ୍ଷତା ଏବଂ ସ୍ୱଚ୍ଛତା ବଜାୟ ରଖିବେ ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଶ୍ରୀ ମାଝୀ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ବିଧାୟକ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ସୁକାନ୍ତ ନାୟକ, ଡ.ମୁକେଶ ମହାଲିଙ୍ଗ, ଆଦିତ୍ୟ ମାଢୀ, ଭବାନୀ ଭୋଇ, ଡା.ବୁଦ୍ଧାନ ମୁର୍ମୁ, ସନାତନ ବିଜୁଳି, ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ, ଡ.ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ସଂପାଦକ ଅମର ନାୟକ, ରାଜ୍ୟ ମୁଖପାତ୍ର ଠାକୁର ରଣଜିତ୍ ଦାସ, ରାଜେନ୍ଦ୍ର ପଣ୍ଡା, ଅନିଲ ବିଶ୍ୱାଳ, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।
BREAKING NEWS
- Gold Silver Price Budget 2026: ବଜେଟ ପୂର୍ବରୁ ହଠାତ୍ ଶସ୍ତା ହେଲା ସୁନା ଏବଂ ରୂପା ଦର, ଜାଣନ୍ତୁ କେତେ କମିଲା…
- Union Budget 2026: ବଜେଟ୍ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀଙ୍କୁ ‘ଦହି-ଚିନି’ ଖୁଆଇଲେ ରାଷ୍ଟ୍ରପତି
- ୧୧୨କୁ ଫୋନ କରନ୍ତୁ ଓଡ଼ିଶା ଅଗ୍ନିଶମ ବିଭାଗର ସେବା ନିଅନ୍ତୁ: ଅଗ୍ନିଶମ ଡିଜି
- ବଜେଟ୍ ୨୦୨୬ ଉପସ୍ଥପାନ ପୂର୍ବରୁ କାର୍ତ୍ତବ୍ୟ ଭବନରେ ପହଞ୍ଚିଲେ ନିର୍ମଳା ସୀତାରମଣ
- ଶ୍ରୀମନ୍ଦିରକୁ ୧୦ ଲକ୍ଷ ଟଙ୍କା ଦାନ କଲେ ସ୍ୱର୍ଗତ IAS ସୁବାଷ ପାଣିଙ୍କ ଧର୍ମପତ୍ନୀ
- LPG Cylinder Price Hike: ବଜେଟ୍ ଦିନ ଝଟକା: ମହଙ୍ଗା ହେଲା LPG ସିଲିଣ୍ଡର
- ସାତକୋଶିଆ ଗଣ୍ଡରେ ବଢ଼ିଲା କୁମ୍ଭୀର ସଂଖ୍ୟା
- Police Encounter: ବଡ଼ବିଲରେ ବ୍ୟାଙ୍କ ଡକାୟତକୁ ପୋଲିସ ଏନକାଉଣ୍ଟର
- CM Kisan Scheme: ସିଏମ୍ କିଷାନ ହିତାଧିକାରୀଙ୍କ ପାଇଁ ବଡ଼ ସୂଚନା, ଜାରି ହେଲା ପଞ୍ଜୀକରଣ ଡେଡଲାଇନ୍
- Stock Market: ବଜେଟ୍ ଦିନ ଖୋଲା ରହିବ ଷ୍ଟକ୍ ବଜାର
Comments are closed.