Latest Odisha News

BREAKING NEWS

ପିକଅପ୍ ଭ୍ୟାନ୍ ଉପରେ ଚଢ଼ିଗଲା ହାଇୱା; ୨ ମୃତ, ୮ଗୁରୁତର

କନ୍ଧମାଳ: ବୌଦ୍ଧ ଓ କନ୍ଧମାଳ ଜିଲା ସୀମାନ୍ତ ଘଣ୍ଟାପଡ଼ା ଥାନା ଅଞ୍ଚଳରେ ଏକ ହାଇୱା ଓ ପିକ୍‌ଅପ୍‌ ମଧ୍ୟରେ ଭୟଙ୍କର ଦୁର୍ଘଟଣା । ବୁଧବାର ରାତି ୮ଟା ୪୦ରେ ଦୁର୍ଘଟଣା ଘଟି ୨ଜଣଙ୍କର ମୃତ୍ୟୁ ହୋଇଛି । ପ୍ରାୟ ୮ଜଣ ଗୁରୁତରଥିବା ସୂଚନା ରହିଛି । ସେମାନଙ୍କୁ ପ୍ରାଥମିକ ଭାବେ କଣ୍ଟାମାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।

ଖବରମୁତାବକ, ଏକ ହାଇୱା କଣ୍ଟାମାଳ ଅଭିମୁଖେ ଆସୁଥିଲା । ଏକ ପିକ୍‌ଅପ୍‌ କିଛି ଶ୍ରମିକଙ୍କୁ ନେଇ ଏକ ନିର୍ମାଣ କାର୍ଯ୍ୟସ୍ଥଳକୁ ଯାଉଥିଲା । ବରଗାଁ ପଞ୍ଚାୟତ ଲୋଇସିଙ୍ଗ ଶଗଡ଼ିଆ ଯୋର୍‌ ନିକଟରେ ଉଭୟ ପଟରୁ ଆସୁଥିବା ହାଇୱା ଓ ପିକ୍‌ଅପ୍‌ ମଧ୍ୟରେ ଦୁର୍ଘଟଣା ଘଟିଥିଲା । ହାଇୱା ଚାଳକ ଫେରାର ହୋଇଯାଇଥିଲା ।

ପିକ୍‌ଅପ୍‌ରେ ୬ଜଣ ପୁରୁଷ ଓ ମହିଳା, ୨ଜଣ ସ୍ଥାନୀୟ ଲୋକଙ୍କୁ ନେଇ ଚାଳକ କାର୍ଯ୍ୟ ସ୍ଥଳକୁ ଯାଉଥିଲେ ।

Comments are closed.