Latest Odisha News

BREAKING NEWS

ପୁଣି ୨ ଟଙ୍କା ବଢ଼ିଲା ଅଣ୍ଡା ଦର, ବୃଦ୍ଧି ପଛର କାରଣ କହିଲେ ବେପାରୀ…

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଅଣ୍ଡା ଦର । ପୂର୍ବରୁ ବଜାରରେ ୭ଟଙ୍କା ଥିବାବେଳେ, ଏବେ ଏଥିରେ ୨ଟଙ୍କା ବୃଦ୍ଧି ପାଇ ଗୋଟାକ ୯ ଟଙ୍କାରେ ମିଳୁଛି । ସେହିପରି, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କାରେ ପହଁଚିଛି ।

ବେପାରୀଙ୍କ କହିବା ଅନୁସାରେ, ଫାର୍ମରେ ଅଣ୍ଡାର ଅଭାବ ରହିଛି । ସେଠାକୁ ଆବଶ୍ୟକ ପରିମାଣର ଅଣ୍ଡା ଆସୁନଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି । ତଥାପି ଆସନ୍ତାମାସ ବେଳକୁ ଦର ଖସିଆସିବ ବୋଲି ଅନୁମାନ କରାଯାଇଛି ।

ଏବେ ଭୁବନେଶ୍ୱରକୁ ଦୈନିକ ବ୍ରହ୍ମପୁର ଓ ଆନ୍ଧ୍ରପ୍ରଦେଶରୁ ୧୦ ଗାଡ଼ି ଅଣ୍ଡା ଆସୁଛି । ପ୍ରତି ଗାଡ଼ିରେ ୩୦୦ କାର୍ଟୁନ ରହୁଛି । ଗୋଟିଏ କାର୍ଟୁନରେ ୨୧୦ଟି ଅଣ୍ଡା ଥାଏ । ସେଦୃଷ୍ଟିରୁ ମୋଟ ୬ ଲକ୍ଷ ୩୦ହଜାର ଅଣ୍ଡା ଭୁବନେଶ୍ୱରକୁ ଆସେ । ସେଥିରୁ ବିଭିନ୍ନ ବଜାର, ହାଟ, ହୋଟେଲ, ବିଭିନ୍ନ ଫୁଡ୍ ଷ୍ଟଲ ଦୋକାନକୁ ଯାଏ । ତେଣୁ ଅଣ୍ଡାର ଚାହିଦା ବଢ଼ିବାରେ ଲାଗିଛି । ଯେତିକି ଅଣ୍ଡା ଆସିବା କଥା, ସେତିକି ଆସୁନି ।

ଅନ୍ୟପଟେ, ରାଜ୍ୟରେ ଅଣ୍ଡାର ଅଭାବ ପାଇଁ ଶୀତଳଭଣ୍ଡାର ଅଭାବ ବୋଲି ବେପାରୀମାନେ କହିଛନ୍ତି । ପର୍ଯ୍ୟାପ୍ତ ଶୀତଳଭଣ୍ଡାର ନଥିବାରୁ ଅଣ୍ଡା ନଷ୍ଟ ହୋଇଯାଉଛି । ସରକାର ଶୀତଳଭଣ୍ଡାର ନିର୍ମାଣ କଲେ, ଅଧିକରୁ ଅଧିକ ଅଣ୍ଡା ଆସିପାରନ୍ତା ବୋଲି ସେମାନେ କହିଛନ୍ତି ।

Leave A Reply

Your email address will not be published.