Latest Odisha News

BREAKING NEWS

ପ୍ରଚଣ୍ଡ ତାତିରୁ ବ୍ରେକ ଲଗାଇବ କାଳବୈଶାଖୀ ବର୍ଷା, 19ରୁ ରାଜ୍ୟରେ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ତାତିରୁ ବ୍ରେକ ଲଗାଇବ କାଳବୈଶାଖୀ ବର୍ଷା। ୧୯ ତାରିଖରୁ ପାଗରେ ପରିବର୍ତ୍ତନ ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ୧୯ ରୁ ୨୨ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ ୨୦ ରୁ ୨୨ ତାରିଖ ଯାଏଁ କାଳବୈଶାଖୀର ପ୍ରଭାବ ସର୍ବାଧିକ ରହିବ।

ଓଡିଶା ଉପକୂଳସ୍ଥ ବଙ୍ଗୋପସାଗର ଅଂଚଳରେ ଗୁରୁଚାପ ପ୍ରଭାବରେ ରାଜ୍ୟକୁ ପ୍ରଚୁର ଜଳୀୟବାଷ୍ପ ପ୍ରବେଶ କରିବ। ଯାହା ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସିବା ପରେ ଝଡ଼ ପବନ ସାଙ୍ଗକୁ ବର୍ଷା କରାଇବ। ଏହାସହ ଉପରିଭାଗରେ ନିମ୍ନ ଚାପରେଖାର ଉପସ୍ଥିତି କାଳବୈଶାଖୀ ପାଇଁ ଅତ୍ୟନ୍ତ ଅନୁକୂଳ ହେବ। ଫଳରେ ୧୯ ରେ ସୁନ୍ଦରଗଡ଼,କେନ୍ଦୁଝର,ଢେଙ୍କାନାଳ,ଯାଜପୁର,ଭଦ୍ରକ,ବାଲେଶ୍ଵର,ମୟୂରଭଂଜରେ ଝଡ଼ପବନ ସହ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୨୦ରେ କାଳବୈଶାଖୀ ର ବିସ୍ତୃତି ବଢିବ। ୨୧ ଓ ୨୨ ଦୁଇ ଦିନ ସର୍ବାଧିକ ବର୍ଷା ସହ ସାରା ଓଡ଼ିଶାରେ ଏହାର ପ୍ରଭାବ ଦେଖିବାକୁ ମିଳିବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶିକା କହିଛନ୍ତି ।

ପାଣିପାଗ ବିଭାଗ କହିଛି, ଆହୁରି ଦୁଇ ଦିନ ରାଜ୍ୟରେ ହିଟ୍ ୱେଭ ଜାରି ରହିବ । ଝାରସୁଗୁଡ଼ା ଓ ବୌଦ୍ଧ ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଥିବାବେଳେ ସୁନ୍ଦରଗଡ, ବଲାଙ୍ଗୀର, କଳାହାଣ୍ଡି ଓ ଅନୁଗୁଳ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ଆସନ୍ତା ୩ ଦିନ ଯାଏଁ ଅନ୍ୟ ଜିଲ୍ଲାଗୁଡ଼ିକରେ ଦିନର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ୩ ଦିନ ପରେ ଦିନର ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇପାରେ ।

Leave A Reply

Your email address will not be published.