ନୂଆଦିଲ୍ଲୀ: ମହାକାଶକୁ ବିଦାୟ ଦେଲେ ସୁନୀତା । ଦୀର୍ଘ ୯ ମାସ ପରେ ଆଇଏସଏସରୁ ବାହାରିଲେ ସୁନୀତା ଓ ତାଙ୍କ ସାଥୀ ବୁଚ ୱିଲମୋର୍ । ସୁନିତା ୱିଲିୟମ୍ସ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀ ପହଞ୍ଚିବା ପାଇଁ ଯାତ୍ରା ଆରମ୍ଭ କରିବା ବେଳେ ପୃଥିବୀଠାରୁ ପ୍ରାୟ ୪୨୩ କିଲୋମିଟର (୨୬୩ ମାଇଲ) ଦୂରରେ ରହିଥିବା ସୂଚନା ମିଳିଛି। ଆଇଏସଏସ ପ୍ରାୟ ୪୨୩ କିଲୋମିଟର (୨୬୩ ମାଇଲ୍) ଉଚ୍ଚତାରେ ପୃଥିବୀକୁ ପରିକ୍ରମା କରେ। ତେବେ ତାଙ୍କୁ ପୃଥିବୀରେ ପହଞ୍ଚିବା ପାଇଁ ପ୍ରାୟ ୧୭ ଘଣ୍ଟା ସମୟ ଲାଗିବ ।
ଗତ ବର୍ଷ ଜୁନରେ ମାତ୍ର ୮ ଦିନ ପାଇଁ ଆରମ୍ଭ କରିଥିବା ଯାତ୍ରା ଏବେ ଦୀର୍ଘ ୯ ମାସ ପରେ ଘର ବାହୁଡ଼ିଛନ୍ତି। ସେମାନେ ଆସନ୍ତାକାଲି ସକାଳେ ପୃଥିବୀରେ ପହଞ୍ଚିବା ନେଇ ଆଶା କରାଯାଇଛି। ଆଜି ଅର୍ଥାତ ମାର୍ଚ୍ଚ ୧୮ ସନ୍ଧ୍ୟାରେ ସେମାନେ ପୃଥିବୀର ନିକଟତରା ହେବା ମାତ୍ରେ ପାରାସୁଟ ଦ୍ବାରା ସେମାନଙ୍କର ଅବତରଣ ପକ୍ରିୟା ଆରମ୍ଭ କରାଯିବ । ଏହାପରେ ଫ୍ଲୋରିଡାର ଉପକୂଳରେ ସେମାନଙ୍କ ରକେଟ ଅବତରଣ କରିବାର ଆଶା କରାଯାଉଛି।
ତେବେ ସୁନିତା ୱିଲିୟମ୍ସ, ବୁଚ୍ ୱିଲମୋରଙ୍କ ଗତ ୯ ମାସ ହେଲା, ଷ୍ଟାରଲାଇନର୍ ମହାକାଶଯାନରେ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଫସି ରହିଥିଲେ। ତାଙ୍କୁ ଫେରାଇ ଆଣିବା ପାଇଁ କ୍ରୁ-୧୦ ଗତ ରବିବାର ଆଇଏସଏସରେ ପହଞ୍ଚିଥିବା ବେଳେ ମଙ୍ଗଳବାର ଫସି ରହିଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋରଙ୍କୁ ପୃଥିବୀକୁ ଫେରାଇ ଆଣିବା ପ୍ରକ୍ରିୟା ନେଇ ମହାକାଶଯାନ ଅନଡକ୍ ହୋଇଥିବା ବଡ଼ ପକ୍ଷରୁ ସୂଚନା ମିଳିଛି। ମହାକାଶରେ ଫସି ରହିବା ପରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ସେମାନଙ୍କର ପ୍ରସ୍ଥାନ ଆରମ୍ଭ କରିଛି। ଏନେଇ ନାସା କହିଛି, କ୍ରୁ-୧୦ ସକାଳ ୧୦.୩୫ IST ରେ ଅନଡକ୍ ହୋଇଛି । ଏନେଇ ନାସା ପକ୍ଷରୁ ମହାକାଶ ଷ୍ଟେସନରୁ ଅନ୍ତରୀକ୍ଷ ସ୍ଥାନ ବିଚ୍ଛିନ୍ନ ହେବାର ଏକ ଭିଡିଓ ସେୟାର କରାଯାଇଅଛି।
Comments are closed.