Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧. ଆଜି ପବିତ୍ର ବାହୁଡା ଯାତ୍ରା। ଜନ୍ମବେଦୀ ଛାଡି ରତ୍ନବେଦୀ ଅଭିମୁଖେ ବାହୁଡିଛନ୍ତି ତିନି ଦିଅଁ । ଦର୍ଶନ ପାଇଁ ଜନସମୁଦ୍ର ପାଲଟିଛି ଶରଧା ବାଲି ।ବାହୁଡା ଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ ଗ୍ରହଣ କରାଯାଇଥିଲା l

ସେପଟେ ବାରିପଦାରେ ଆଜି ସ୍ୱର୍ଣ୍ଣ ମଣ୍ଡିତ ହୋଇ ରାଜରାଜେଶ୍ୱର ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ । 

୨. ମହାରାଷ୍ଟ୍ରରେ ସରକାର ଗଠନ ପରେ ବି ବୟାନବାଜି ଜାରି ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣି ଏକନାଥ ସିନ୍ଦେଙ୍କ ସମର୍ଥିତ ବିଧାୟକଙ୍କୁ ଟାର୍ଗେଟ୍ କରିଛନ୍ତି । ଯିଏ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଗାଳି ଦେଇଛନ୍ତି, ସେମାନଙ୍କୁ ବିଦ୍ରୋହୀ ବିଧାୟକ ସମର୍ଥନ କରୁଥିବା ଉଦ୍ଧବ କହିଛନ୍ତି । ସେପଟେ ଉଦ୍ଧବଙ୍କୁ ପୁଣି ଝଟକା ଦେଇଛନ୍ତି ସିନ୍ଦେ l ୫୦୦୦ କୋଟି ଟଙ୍କାର ଟେଣ୍ଡରକୁ ବାତିଲ କରିଛନ୍ତି ମହାରାଷ୍ଟ୍ର ସରକାର l

୩. ରାଜ୍ୟରେ ଉପରମୁହାଁ କରୋନା ଆକ୍ରାନ୍ତଂକ ସଂଖ୍ୟା ।  ୫୦୦ ଟପିଛି ଦୈନିକ ସଂକ୍ରମଣ l ଗତ ୨୪ ଘଣ୍ଟା ମଧ୍ୟରେ ୫୧୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଖୋର୍ଦ୍ଧାରୁ ୨୩୭ ଓ କଟକରୁ ୮୯ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ, ୧୮ବର୍ଷରୁ କମ୍ ୫୯ ଚିହ୍ନଟ ହୋଇଛନ୍ତି ।

୪. କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିଇନି ପ୍ରମୁଖ ସହର । ରେଡ୍ ଜୋନରେ ଭୁବନେଶ୍ବର, ପୁରୀ ଓ କଟକ l ଏଥିପାଇଁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି l ମାସ୍କ ନ ପିନ୍ଧିଲେ ଫାଇନ୍ କଟିବ ବୋଲି ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି l

୫. ପୁଣି ସୃଷ୍ଟି ହୋଇଛି ଏକ ଲଘୁଚାପ କ୍ଷେତ୍ର l ଓଡ଼ିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢ଼ିପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।  ଆସନ୍ତା ୪ରୁ ୫ ଦିନ ରାଜ୍ୟରେ ଲଗାଣ ବର୍ଷା ଜାରି ରହିବ I ଫଳରେ ୭ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି I 

୬. ଅମରନାଥ ଗୁମ୍ଫା ନିକଟରେ ବାଦଲ ଫଟା ବର୍ଷା ଯୋଗୁଁ ପାହାଡ଼ରୁ ଦ୍ରୁତ ଗତିରେ ପାଣି ମାଡ଼ି ଆସିବାରୁ ତିନି ଜଣ ମହିଳାଙ୍କ ସମେତ ୧୬ ଜଣ ଲୋକଙ୍କ ମୃତ୍ୟ ଘଟିଛି । ଏବେ ବି ଅନେକ ଲୋକ ଫସି ରହିଛନ୍ତି  । ସେଠାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏହି ଅମରନାଥ ଯାତ୍ରାରେ ୫ଜଣ ଓଡିଆ ସାମିଲ ଥିବା ଜଣାପଡ଼ିଛି ।   

୭. ଲାଲୁ ଯାଦବଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଛି l ତାଂକ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଭାବବିହ୍ବଳ ହେଲେ ପୁଅ ତେଜସ୍ବୀ l ସେ କହିଛନ୍ତି ଯେ, ମୋତେ ରାଜନୀତି ନୁହେଁ, ବାପା ଦରକାର। ସୋସିଆଲ ମିଡିଆରେ ଏକ ଭାବବିହ୍ବଳ କଲା ଭଳି ପୋଷ୍ଟ କରି ସେ ବାପାଂକ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

୮. ଶ୍ରୀଲଙ୍କାରେ ରାଜନୈତିକ ସଙ୍କଟ ଘନେଇବାରେ ଲାଗିଛି । ଦେଶରେ ଚାଲିଥିବା ଆର୍ଥିକ ଦୂରାବସ୍ଥା ମଧ୍ୟରେ ଶନିବାର ପ୍ରଦର୍ଶନକାରୀମାନେ ରାଷ୍ଟ୍ରପତି ଭବନକୁ କବଜା କରି ନେଇଛନ୍ତି । ଫଳରେ ଘର ଛାଡି ଫେରାର ହୋଇ ଯାଇଛନ୍ତି ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ।

୯. ବିଶ୍ବର ଶ୍ରେଷ୍ଠ ଧନୀବ୍ୟକ୍ତି ଏଲନ୍‌ ମସ୍କ୍‌ଙ୍କୁ ବିନା ଟିକେଟର୍‌ ରେଳ ଯାତ୍ରୀ ବୋଲି କହିଲେ ଆନନ୍ଦ ମହିନ୍ଦ୍ରା l ଆନନ୍ଦ ମହିନ୍ଦ୍ରା ଦେଇଥିବା ମତ ଖୁବ୍ ଜୋର୍‌ରେ ଭାଇରାଲ୍‌ ହେବାରେ ଲାଗିଛି । ଟେସଲାର ସିଇଓ ଏଲନ୍‌ ମସ୍କ, ଟ୍ବିଟର୍‌ ସହ କରିଥିବା ତାଙ୍କର ଚୁକ୍ତି ବାତିଲ୍‌ କରିବା ପରେ ସୋସିଆଲ୍‌ ମିଡିଆରେ ଭିନ୍ନ ଭିନ୍ନ ମତ ନେଇ ବଢୁଛି ଚର୍ଚ୍ଚା  ।

 

୧୦. ଚେନ୍ନାଇ ସହ ସବୁ ସଂପର୍କ କାଟିଲେ ଜାଡେଜା ! ଇନ୍‌ଷ୍ଟାରୁ ଡିଲିଟ୍‌ କଲେ ପୁରୁଣା ପୋଷ୍ଟ । ଜାଡେଜା ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରୁ ଚେନ୍ନାଇ ସୁପର କିଙ୍ଗସ୍‌ର ଆଇପିଏଲ୍ ୨୦୨୧ ଏବଂ ୨୦୨୨ର ସମସ୍ତ ପୋଷ୍ଟକୁ ହଟେଇ ଦେଇଛନ୍ତି । ଯାହାକୁ ନେଇ ସେ ଚେନ୍ନାଇ ଟିମ୍‌ ଛାଡିଥିବା ଚର୍ଚ୍ଚା ହେଉଛି । 

୧୧. ଏଜବେଷ୍ଟନ ଟେଷ୍ଟରେ ଭାରତୀୟ ଦର୍ଶକଙ୍କୁ ଦୁର୍ବ୍ୟବହାର ମାମଲାରେ ଜଣଙ୍କୁ ବାନ୍ଧିଛି ବର୍ମିଂହାମ ପୋଲିସ । ତାଙ୍କୁ ଗିରଫ କରାଯାଇ ଜେରା କରାଯାଉଛି । ତଦନ୍ତ ବେଳେ ଏହି ମାମଲାର ଅନେକ କଥା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି ।

୧୨. ଅମୀର ଖାନଙ୍କ ଫିଲ୍ମ ‘ଲାଲ୍‌ ସିଂ ଚଢା’ କୁ ନେଇ ଏବେ ସବୁ ଆଡେ ଖୁବ୍‌ ଚର୍ଚ୍ଚା ।  ଚଳଚ୍ଚିତ୍ରଟି ବକ୍ସ ଅଫିସ୍‌ରେ ରାଜ୍ କରିବ ବୋଲି କୁହାଯାଉଛି । କରୋନା କାରଣରୁ ପୂର୍ବରୁ ଏହାର ରିଲିଜ୍‌ ତାରିଖ ଅନେକ ଥର ଘୁଞ୍ଚା ଯାଇଛି । ଫିଲ୍ମ ‘ଲାଲ ସିଂ ଚଢା’, ବ୍ଲକବଷ୍ଟର ହଲିଉଡ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ଏକ ଦେଶୀ ରିମେକ l ଯାହା ଅନେକ ଓସ୍କାର ଜିତିଥିଲା।

୧୩. ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହି ଆସୁଥିବା ମଣିରତ୍ନମଙ୍କ ଫିଲ୍ମ ‘ପୋନିୟିନ୍ ସେଲଭାନ୍ ପାର୍ଟ-1’ର ଟିଜର ରିଲିଜ୍ ହୋଇଛି । ‘ପୋନିୟାନ ସେଲଭାନ’ର ଟିଜର ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଭାଇରାଲ ହେବା ଆରମ୍ଭ କରିଛି । ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ବହୁତ ପସନ୍ଦ କରୁଛନ୍ତି।

୧୪. ମୁଣ୍ଡରେ ପଗଡି ,ଦାଢି ଓ ଚଷମାରେ ନଜର ଆସିଲେ ଖିଲାଡି ଅକ୍ଷୟ କୁମାର l ‘Capsule Gill’ରୁ ଲିକ୍‌ ହେଲା ଫାଷ୍ଟ ଲୁକ୍‌ ।  ଅକ୍ଷୟଙ୍କ ଆଗାମୀ ଫିଲ୍ମ ‘କ୍ୟାପସୁଲ ଗିଲ’ର ସୁଟିଂ ଚାଲିଛି । ଯେଉଁଥିରେ ସେ ପୁଣି ଥରେ ସର୍ଦ୍ଦାର ଅବତାରରେ ନଜର ଆସିଛନ୍ତି ।

 

 

 

Comments are closed.