Latest Odisha News

BREAKING NEWS

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

୧) ରାୟଗଡ଼ାର କାଶୀପୁର ପରେ ଏବେ କୋରାପୁଟ ଜିଲ୍ଲାରେ ବ୍ୟାପିବାରେ ଲାଗିଛି ଝାଡ଼ାବାନ୍ତି । ଜିଲ୍ଲାର ଦଶମନ୍ତପୁର ବ୍ଲକର ଛତାଆମ୍ବ ଗାଁରେ ଝାଡ଼ାବାନ୍ତି ଏକାଧିକ ଆକ୍ରାନ୍ତ ହୋଇଛନ୍ତି । ଛତାଆମ୍ବ ଗାଁର ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ମଡିକାଲରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ଗାଁର ୪ ଜଣ ଆକ୍ରାନ୍ତ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେହିପରି ଗିର୍ଲିଗୁମ୍ମା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୬ ଜଣଙ୍କୁ ଭର୍ତ୍ତି କରାଯାଇଛି । ଦୂଷିତ ପାଣି ଯୋଗୁଁ ସଂକ୍ରମଣ ବ୍ୟାପୁଥିବା ମେଡିକାଲ ଅଫିସର କହିଥିବା ଗାଁରେ ସ୍ୱାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଚିକିତ୍ସା ଆରମ୍ଭ କରିଛି ।

୨) ଅନ୍ୟପଟେ କାଶୀପୁରରେ ଏବେ ହଇଜା ସଂକ୍ରମଣ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ରାୟଗଡ଼ା, କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ୍ ସେ ସ୍ଥାନରେ ନିୟୋଜିତ ହୋଇ ସ୍ଥିତି ମନିଟରିଂ କରୁଛନ୍ତି । ବିଶୋଧନ କାର୍ଯ୍ୟକ୍ରମ ଚାଲିଛି । କିଭଳି ଭଲ ପାଣି ଯୋଗାଇ ଦିଆଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ପ୍ରତିଦିନ ସେଠାରୁ ନମୁନା ପରୀକ୍ଷା କରାଯାଉଛି । କିନ୍ତୁ ଏବେ ସ୍ଥିତି ଉଦବେଗଜନକ ନାହିଁ । ଏହାକୁ ମହାମାରୀ କୁହାଯାଇପାରିବ ନାହିଁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।

୩) ରାଜ୍ୟରେ ବିହନ ଅଭାବ ନେଇ ଗୃହରେ ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟ ଉଦବେଗ ପ୍ରକାଶ କରିଛନ୍ତି । ସରକାର ଯୋଗାଉଥିବା ବିହନ ଗଜା ହେଉନଥିବା ବିରୋଧୀ ଅଭିଯୋଗ ଆଣିଥିଲେ । ଉତ୍ତରରେ କୃଷି ମନ୍ତ୍ରୀ କହିଛନ୍ତି, ୨୦୨୨-୨୩ରେ ୩୩ ଲକ୍ଷ ୧୯ ହଜାର ୩୯୦ ହେକ୍ଟର ଜମିରେ ଧାନ ଚାଷ କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେଥିପାଇଁ ୧୩ ଲକ୍ଷ ୨୭ ହାଜର ୭୬୦ କୁଇଣ୍ଟାଲ ବିହନ ଆବଶ୍ୟକ ରହିଛି । ସେଥିରୁ ୪ ଲକ୍ଷ ୭୫ ହଜାର ୨୪୪ କୁଇଣ୍ଟାଲ ବିହନ ବିଭିନ୍ନ ରାଜ୍ୟରୁ ଆଣି ଚାଷୀଙ୍କୁ ଯୋଗାଇଛନ୍ତି । ରାଜ୍ୟରେ ବିହନ ଉତ୍ପାଦନ ପାଇଁ ୫୨୦୦ ଚାଷୀ ନିୟୋଜିତ କରିଛନ୍ତି ।

୪) ହରିୟାଣା ପରେ ଝାଡ଼ଖଣ୍ଡରେ ମାଫିଆଙ୍କ ଜଘନ୍ୟ କାଣ୍ଡ । ଚେକିଂ ବେଳେ ସବ-ଇନ୍ସପେକ୍ଟରଙ୍କ ଉପରେ ଗାଡ଼ି ମଡ଼ାଇ ଦେଲା ଡ୍ରାଇଭର । ବନ୍ୟପ୍ରାଣୀ ତସ୍କରୀଙ୍କୁ ଧରିବାକୁ ପୋଲିସ କରିଥିବା ଚେକ୍‌ ପୋଷ୍ଟରେ ପୋଲିସ ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି । ରାଞ୍ଚି ଜିଲ୍ଲା ତୁପୁଦାନା ଏସଆଇ ସନ୍ଧ୍ୟା ତୋପନୋଙ୍କ ଉପରେ ପିକଅପ ଭ୍ୟାନ୍ ଚଢ଼ାଇବା ପରେ ଗାଡ଼ି ସହ ଡ୍ରାଇଭର ଫେରାର ହୋଇଯାଇଥିଲା । ତେବେ ଘଟଣାସ୍ଥଳରେ ହିଁ ମହିଳା ପୋଲିସ ଅଧିକାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

୫) ଏଲଏସିରେ ପୁଣି ଚୀନର ଦାଦାଗିରି । ଡୋକଲାମ ନିକଟରେ ଚୀନ ଗାଁ ନିର୍ମାଣ କରିଛି । ୨୦୧୭ରେ ଭାରତ ଓ ଚୀନ ବାହିନୀ ମଧ୍ୟରେ ଘଟିଥିବା ସଂଘର୍ଷସ୍ଥଳୀ ନିକଟରେ ଚୀନ ନିର୍ମାଣ କାର୍ଯ୍ୟ ଜାରି ରଖିଛି । ଗ୍ରାମର ପ୍ରାୟ ପ୍ରତି ଘରେ କାର୍ ପାର୍କିଂ କରାଯାଇଥିବା ଦେଖାଯାଇଛି । ଏହି ଗ୍ରାମର ନାମ ପାଙ୍ଗଦା ରଖାଯାଇଥିବାବେଳେ ଭୁଟାନ ସୀମା ନିକଟରେ ଏହାର ଅବସ୍ଥିତି ରହିଛି । ସେଠାକୁ ସବୁଦିନିଆ ରାସ୍ତା ନିର୍ମାଣ କରାଯାଇଥିବାବେଳେ ଆମୋ ଚୁ ନଦୀ ନିକଟରେ ସ୍ଥାପନା କରାଯାଇଛି ।

୬) ଆସନ୍ତାକାଲି ରାଷ୍ଟ୍ରପତି ନିର୍ବାଚନ ଭୋଟ୍ ଗଣତି ହେବ । ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଏକତରଫା ବିଜୟ ନେଇ ସମସ୍ତେ ଆଶବାଦୀ ରହିଛନ୍ତି । ଅନ୍ୟପଟେ ରାଜ୍ୟରେ ଆଉ ଜଣେ କଂଗ୍ରେସ ବିଧାୟକ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଚର୍ଚ୍ଚା ହେଉଛି । କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ମୁର୍ମୁଙ୍କୁ ଭୋଟ୍ ଦେଇଥିବା ଗଣମାଧ୍ୟମକୁ କହିଥିଲେ । ଏବେ ଆଉ ଜଣେ ବିଧାୟକଙ୍କ ନାମ ଉଠୁଛି । ଆଉ ଜଣେ ବିଧାୟକ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା କହିଛନ୍ତି ବିଜେପି ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

୭) କାମଚଳା ରାଷ୍ଟ୍ରପତିରୁ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି । ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ରାନିଲ୍‌ ବିକ୍ରମାସିଂଘେ । ଆର୍ଥିକ ସଂକଟରୁ ରାଜନୈତିକ ଅସ୍ଥିରତା ଭିତରେ ନୂଆ ରାଷ୍ଟ୍ରମୁଖ୍ୟ ଚୟନ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ସେ ମଧ୍ୟ ଆଜି ସଂସଦରେ ଉପସ୍ଥିତ ଥିଲେ । ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଶ୍ରୀଲଙ୍କା ସଂସଦ ବାହାରେ ସୁରକ୍ଷା ବୃଦ୍ଧି କରାଯାଇଥିଲା । ରାନିଲ୍‌ ବିକ୍ରମାସିଂଘେଙ୍କୁ ୧୩୪ଟି ଭୋଟ ମିଳିଥିବା ବେଳେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଦୁଲାସ ଆଲାପେରୁମ୍ମା ପାଇଛନ୍ତି ୮୨ଟି ଭୋଟ । ପାର୍ଲାମେଣ୍ଟର ମୋଟ ୨୨୫ ସାଂସଦଙ୍କ ମଧ୍ୟରୁ ୨୨୩ ଜଣ ଭୋଟ ଦେଇଛନ୍ତି । ଗୋଟାବାୟାଙ୍କ ବାକି କାର୍ଯ୍ୟକାଳ ସରିବା ଯାଏଁ ରାନିଲ ରାଷ୍ଟ୍ରପତି ରହିବେ ।

୮) ଚିତା ବାଘ ପ୍ରକଳ୍ପ ସଂରକ୍ଷଣ ପାଇଁ ଭାରତ-ନାମିବିଆ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ଦୀର୍ଘସ୍ଥାୟୀ ଜୈବବିବିଧତାର ଉପଯୋଗ କ୍ଷେତ୍ରରେ ସହଯୋଗ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଭାରତରେ ଐତିହାସିକ ରେଞ୍ଜ୍‌ରେ ଚିତାବାଘ ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଉଭୟ ରାଷ୍ଟ୍ର ମଧ୍ୟରେ ବନ୍ୟପ୍ରାଣୀ ସଂରକ୍ଷଣ ଏବଂ ଦୀର୍ଘସ୍ଥାୟୀ ଜୈବ ବିବିଧତାର ବିକାଶକୁ ପ୍ରୋତ୍ସାହନ ଯୋଗାଣ ସକାଶେ ପାରସ୍ପରିକ ସହଯୋଗ ବୃଦ୍ଧି ଦିଗରେ ମଧ୍ୟ କାର୍ଯ୍ୟ କରିବ ।

୯) ଫୋନ୍ ଟ୍ୟାପିଂ ମାମଲାରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କୁ ଇଡି ଗିରଫ କରିଛି । ସେ ବେଆଇନ ଭାବେ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଏସ) କର୍ମଚାରୀଙ୍କ ଫୋନ୍ କଲ୍ ରେକର୍ଡ କରିଥିବା ଅଭିଯୋଗ ହୋଇଛି । ମନୋଜ ପାଣ୍ଡେ ଜୁନ୍ ୩୦ରେ ଅବସର ନେଇଥିଲେ । ସେ ୨୦୦୯ରୁ ୨୦୧୭ ମଧ୍ୟରେ ଏନଏସଇ କର୍ମଚାରୀଙ୍କର ବେଆଇନ୍ ଭାବେ ଫୋନ୍ କଲ୍ ରେକର୍ଡ କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ISEC ସର୍ଭିସେସ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଏକ କମ୍ପାନୀ ତାଙ୍କୁ ୪.୪୫ କୋଟି ଟଙ୍କା ଦେଇଥିଲା ।

୧୦) ମହାମାରୀ କରୋନା ଯୋଗୁ ଅଧିକାଂଶ କର୍ମଚାରୀ ଏବେ ଘରୁ କାମ କରୁଛନ୍ତି। ସାରା ବିଶ୍ୱରେ ଏହି କଲ୍‌ଚର୍‌ ବଢ଼ିବାରେ ଲାଗିଛି। ଭାରତ ମଧ୍ୟ ଏହି କଲ୍‌ଚର୍‌କୁ ଆପଣାଇଛି। ଏସବୁ ଭିତରେ ଏବେ ବାଣିଜ୍ୟ ମନ୍ତ୍ରାଳୟ ୱାର୍କ ଫ୍ରମ୍‌ ହୋମ୍‌ ପାଇଁ ନୂଆ ନିୟମ ଘୋଷଣା କରିଛି। ବାଣିଜ୍ୟ ମନ୍ତ୍ରାଳୟ ଅନୁସାରେ, ଘରୁ କାମ କରିବା ପାଇଁ ସର୍ବାଧିକ ୧ ବର୍ଷ ପାଇଁ ଅନୁମତି ପ୍ରଦାନ କରାଯିବ। ଯାହାର ଫାଇଦା ୫୦% କର୍ମଚାରୀଙ୍କୁ ମିଳିପାରିବ। ଏହି ବିଶେଷ ସୁବିଧା Special Economic Zonesରେ କାମ କରୁଥିବା କର୍ମଚାରୀଙ୍କୁ ମିଳିବ।

୧୧) ବଢ଼ୁଛି ହୀରାକୁଦର ଜଳସ୍ତର । ଉପରମୁଣ୍ଡରେ ବର୍ଷା ଲାଗି ରହିଥିବାରୁ ହୀରାକୁଦ ଜଳ ଭଣ୍ଡାରକୁ ଜଳ ପ୍ରବେଶର ମାତ୍ରା ବଢ଼ିଛି । ଆଜି ସକାଳ ୬ଟାରୁ ସେକେଣ୍ଡ ପିଛା ଡ୍ୟାମ୍ ଭିତରକୁ ପ୍ରବେଶ କରୁଛି ୧ ଲକ୍ଷ ୫୬ ହଜାର ୨୦୭ ଘନଫୁଟ୍ ବନ୍ୟାଜଳ । ସେପଟେ ୫ଟି ଗେଟ ଦେଇ ନିଷ୍କାସିତ ହେଉଛି ୧ ଲକ୍ଷ ୧୬ ହଜାର ୮୭ ଘନଫୁଟ ବନ୍ୟାଜଳ । ଅଧିକ ବନ୍ୟାଜଳ ପ୍ରବେଶ କରୁଥିବାରୁ ଅଧିକ ଗେଟ୍ ଖୋଲିବାର ସମ୍ଭାବନା ଥିବାରୁ ତଳିଆ ଜିଲ୍ଲାଙ୍କୁ ଆଲର୍ଟ କରିଛନ୍ତି ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ।

୧୨) ଆଜିଠୁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆରମ୍ଭ ହୋଇଛି । ଛାତ୍ରଛାତ୍ରୀ www.samsodisha.gov.in ୱେବସାଇଟ୍ ମାଧ୍ୟମରେ ଅଗଷ୍ଟ ୧୦ ତାରିଖ ସୁଦ୍ଧା ଆବେଦନ କରିପାରିବେ । ଅଗଷ୍ଟ ୧୭ରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ ଏବଂ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଅଗଷ୍ଟ ୧୯ରୁ ୨୫ ମଧ୍ୟରେ ହେବ । ପ୍ରଥମ ପର୍ଯ୍ୟାୟରେ ନାମ ଲେଖାଇଥିବା ଛାତ୍ରଛାତ୍ରୀ ଯଦି ଅପସନ୍ ଦେଇଥିବା ଅନ୍ୟ କଲେଜରେ ନାମ ଲେଖାଇବାକୁ ଚାହୁଁଥିବେ ତେବେ ୧୯ରୁ ୨୭ ତାରିଖ ମଧ୍ୟରେ ସ୍ଲାଇଡ୍ ଅପ୍ ଅନୁରୋଧ ଦେଇପାରିବେ । ସେପ୍ଟେମ୍ବର ୨ରେ ପ୍ରକାଶ ପାଇବ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ।

୧୩) ପୋଷ୍ଟର ମୁକ୍ତ ହେବ ରାଜଧାନୀ । ଭୁବନେଶ୍ୱରରେ ରାସ୍ତାକଡ଼ କାନ୍ଥରେ ପୋଷ୍ଟର ଲଗାଇବା ମନା । ବିଭିନ୍ନ କାନ୍ଥରେ ଲାଗିଥିବା ପୋଷ୍ଟରକୁ ସଫେଇ କର୍ମଚାରୀଙ୍କ ଜରିଆରେ ହଟାଯାଉଛି । ଆଗକୁ କେହି ରାସ୍ତାକଡ଼ କାନ୍ଥରେ ପୋଷ୍ଟର ମାରିଲେ ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଏମସି ପକ୍ଷରୁ ସୂଚନା ଦିଆଯାଇଛି । ବିଏମସିର ଏହି ପୋଷ୍ଟର ମୁକ୍ତ ପଦକ୍ଷେପକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି ।

୧୪) ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଏକ ମାସର ବିରତି ମିଳିଛି । ସେ ବର୍ତ୍ତମାନ ସେ ପତ୍ନୀ ଅନୁଷ୍କା ଶର୍ମା ଏବଂ ଝିଅ ଭାମିକାଙ୍କ ସହ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଅଛନ୍ତି । କୋହଲି ପରିବାର ଛୁଟିଦିନ ପାଇଁ ଏଠାକୁ ଆସିଛନ୍ତି । ବଲିଉଡ ଅଭିନେତ୍ରୀ ତଥା କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରୁ ଏହି ସୂଚନା ମିଳିଛି । ଅନୁଷ୍କା ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ହେଲୋ ପ୍ୟାରିସ୍ ଲେଖିଛନ୍ତି । କହିଛନ୍ତି ଯେ ଆମେ ଏବେ ବର୍ତ୍ତମାନ ପ୍ୟାରିସରେ ଅଛୁ ।

୧୫) ମନୋରଞ୍ଜନ ଜଗତର ଜଣାଶୁଣା କଣ୍ଠଶିଳ୍ପୀ ମିକା ସିଂ ବର୍ତ୍ତମାନ ତାଙ୍କ ପାଇଁ କନିଆଁ ଖୋଜିବାରେ ବ୍ୟସ୍ତ ଅଛନ୍ତି। ମିକାଙ୍କ ସ୍ଵୟଂମବର ଦୀର୍ଘ ସମୟ ଧରି ଚାଲି ଆସୁଛି । ବିଭିନ୍ନ ସ୍ଥାନରୁ ଭିନ୍ନ ଝିଅମାନେ ଆସିଥିଲେ। ହେଲେ ଏବେ କନିଆ ଖୋଜିବାର ଅଭିଯାନ ଶେଷ ହୋଇଛି । ଏହି ସମୟରେ ଜଣେ ଅଭିନେତ୍ରୀ ମିକାଙ୍କ ହୃଦୟ ଜିତିଛନ୍ତି। ସସସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ ଆକାଂକ୍ଷା ପୁରୀ ଜିତିଛନ୍ତି ଏହି ଟାଇଟଲ୍‌। ଆକାଂକ୍ଷା ପୁରୀ ହେଉଛନ୍ତି ବିଗ୍ ବସ୍-୧୩ର ପୂର୍ବତନ ପ୍ରତିଯୋଗୀ ପାରାସ୍ ଛାବ୍ରାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ।

 

Leave A Reply

Your email address will not be published.