Latest Odisha News

[ଶୁଣନ୍ତୁ] ଦିନର ଟପ୍ ହେଡଲାଇନ୍ସ

  • ଶ୍ରୀଲାଙ୍କାରେ ଜରୁରୀ କାଳୀନ ପରିସ୍ଥିତି ,  ଆର୍ଥିକ-ରାଜନୈତିକ ସଙ୍କଟ ଗଭୀର  । ରାଜରାସ୍ତାରେ ଜନସାଧାରଣ ।  ଦେଶ ଛାଡି ମାଳଦ୍ୱୀପ ପଳାଇଲେ  ଗୋଟବାୟା ରାଜପକ୍ଷେ  । ଯାହାକୁ ନେଇ ତେଜିଛି ଅସନ୍ତୋଷ । ଗୋଟବାୟା ଏପର୍ଯ୍ୟନ୍ତ ଇସ୍ତଫା ଦେଇନାହାଁନ୍ତି । ଯେଉଁ କାରଣରୁ ଲୋକେ ଆଜି ସଂସଦ ଗୃହ ଏବଂ ପିଏମ ହାଉସକୁ ଘେରି ରହିଛନ୍ତି ।
  • ଆଜିଠୁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ମୌସୁମୀ ଅଧିବେଶନ । ବିଧାନସଭାରେ ଚିତ୍ରକୋଣ୍ଡା ଏସଡ଼ିପିଓ  ଅଂଶୁମାନ ଦ୍ବିବେଦୀଙ୍କ ମାଡମରା ପ୍ରସଙ୍ଗ ଉଠାଇଲା କଂଗ୍ରେସ, କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସାଲୁଜାଙ୍କ ଦାବି, ସେପଟେ ରାଜ୍ୟରେ ସାରର ଯୋଗାଣ ଓ କଳାବଜାରୀକୁ ନେଇ ବିଧାନସଭାରେ ଉଦବେଗ   
  • ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲା। ଲୋୟର ପିଏମଜିରେ ଅନଶନ ଭାଙ୍ଗିଲେ ରୁଚିକାଙ୍କ ମାଆ। ଚାଷୀ ନେତା ଅକ୍ଷୟ କୁମାରଙ୍କ ହସ୍ତକ୍ଷେପ ପରେ ଅନଶନ ଭାଙ୍ଗିଲେ। ୧୭ରେ ପୁଲିସ ଡ଼ିଜିଙ୍କ ଅଫିସରେ ଦେବେ ଶାନ୍ତିପୁର୍ଣ୍ଣ ଧାରଣା। ନ୍ୟାୟ ଦାବିରେ ୧୯ରେ ଓଡ଼ିଶା ବନ୍ଦ ଡାକରା ଦେଲେ ଚାଷୀ ନେତା ଅକ୍ଷୟ।

  • ରାଜ୍ୟରେ ୭୦୦ ଟପିଲା ଦୈନିକ ସଂକ୍ରମଣ । ୨୪ଘଣ୍ଟାରେ ୭୪୩ ପଜିଟିଭ ଚିହ୍ନଟ। ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୬ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୦୭ । ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ୩୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, କଟକରୁ ୧୧୫, ସୁନ୍ଦରଗଡ଼ରୁ ୬୫, ଷ୍ଟେଟପୁଲରୁ ୬୦ ଜଣ ସଂକ୍ରମିତ ଠାବ ହୋଇଛନ୍ତି ।
  • ଲଘୁଚାପ ଓ ମୌସୁମୀ ବର୍ଷାରେ ଭିଜୁଛି ଓଡ଼ିଶା, ୧୬ ଯାଏ ସାରା ରାଜ୍ୟରେ ବର୍ଷା ସମ୍ଭାବନା,  ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୯ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ୱାର୍ଣ୍ଣିଂ ଜାରି  ।  କିଛି ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ନେଇ ମଧ୍ୟ ସତର୍କ ସୂଚନା ଜାରି କରାଯାଇଛି ।
  •  ସିଲ ହୋଇଛି ଗ୍ରୀନ ଚିଲ୍ଲି । ୭ ଦିନ ପାଇଁ ମାଷ୍ଟର କ୍ୟାଣ୍ଟିନ ନିକଟ ଗ୍ରୀନ ଚିଲ୍ଲୀ ସିଲ୍  । ଅସ୍ୱାସ୍ଥ୍ୟକର ପରିବେଶରେ ଖାଦ୍ୟ ତିଆରି ହେଉଥିବା ନେଇ ୭ ଦିନ ପାଇଁ  ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ ବା ବିଏମସି ।
  • ଦୀର୍ଘ ୧୨ ଦିନ ପରେ ଆଜିଠାରୁ ପୁଣିଥରେ ନୀଳାଚଳ ଅବଢ଼ା ଉପଲବ୍ଧ । ଶ୍ରୀଗୁଣ୍ଡିଚା ଯାତ୍ରା ସମୟରେ ଭକ୍ତମାନେ ଶ୍ରୀମନ୍ଦିର ରୋଷଶାଳାରେ ପ୍ରସ୍ତୁତ ମହାପ୍ରସାଦ ବଦଳରେ ଆଡ଼ପ ଅବଢ଼ା ପାଇ ଆସୁଥିଲେ। କିନ୍ତୁ ବାହୁଡ଼ା ପରଠାରୁ ମହାପ୍ରଭୁ ରଥାରୂଢ଼ ଥିବାରୁ ଭକ୍ତମାନେ ଅବଢ଼ାରୁ ବଞ୍ଚିତ ଥିଲେ। ମଙ୍ଗଳବାର ଦିନ ନୀଳଦ୍ରି ବିଜେ ପରେ ଭକ୍ତମାନେ ଆଜିଠାରୁ ଶ୍ରୀମନ୍ଦିରରେ ପ୍ରସ୍ତୁତ ଅବଢ଼ା ପାଇ ଛନ୍ତି  ।

  • କରୋନାରୁ ତ୍ରାହି ମିଳିନଥିବା ବେଳେ ଆଉ ଏକ ନୂଆ ଭାଇରସ୍ ‘ମାରବର୍ଗ’ଆତଙ୍କ। ମାରବର୍ଗ ଭାଇରସ୍ ଇବୋଲା ଭାଇରସ୍ ସହିତ ଜଡିତ ।’ ଯଦି କେହି ଏହାର ଶିକାର ହୁଅନ୍ତି, ତେବେ ତାଙ୍କର ମୃତ୍ୟୁ ନିଶ୍ଚିତ । ଘାନାରେ ମାରବର୍ଗର ଦୁଇଟି ସନ୍ଦିଗ୍ଧ ମାମଲା ଚିହ୍ନଟ ,ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚଓ ,
  • ଆଜି ଚଳିତ ବର୍ଷର ସବୁଠାରୁ ବଡ଼ ସୁପରମୁନକୁ ପୃଥବୀବାସୀ ଦେଖି ପାରିବେ । ପ୍ରତ୍ୟେକ ଦିନ ଦେଖା ଯାଉଥିବା ଚାନ୍ଦ ତୁଳନାରେ ଆଜି  ଆକାର ସାମାନ୍ୟ ବଡ ସହ ଗୋଲାପୀ ଦେଖାଯିବ । ଭାରତୀୟ ସମୟ ଅନୁସାରେ ଆଜି ରାତି ୧୨ଟା ୭ ମିନିଟରେ ଏହି ବିରଳ ସୁପରମୁନକୁ ଦେଖାଯାଇ ପାରିବ । ଏହା ପରେ ସୁପରମୁନ ଆସନ୍ତା ବର୍ଷ ୩ ଜୁଲାଇରେ ଦୃଶ୍ୟମାନ ହେବ ।

  • ଗୁଜରାଟରେ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ଉପୁଜିଛି। ରାଜକୋଟ ଏବଂ ଅହମଦାବାଦର ବ୍ୟାପକ ଅଂଚଳ ଜଳମଗ୍ନ ହୋଇଯାଇଛି। ଅହମଦାବାଦ ବର୍ଷା ଗତକାଲି ୫ ବର୍ଷର ରେକର୍ଡ ଭାଙ୍ଗିଥିଲା। ପ୍ରବଳ ବର୍ଷା ଯୋଗୁଁ ଗୁଜରାଟରେ ୨୪ ଘଣ୍ଟାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ନାଗପୁରରେ କାର୍‌ ଭାସିଗଲା, ୩ ମୃତ    ।
  • ସୁଶାନ୍ତ ରାଜପୁତ କେସରେ ପୁଣି ବଢ଼ିଲା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟା  । ରିୟାଙ୍କ ବିରୋଧରେ ଡ୍ରଗ୍ସ ସପ୍ଲାଏ କରିବାର ଅଭିଯୋଗ ହୋଇଛି । ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଚାର୍ଜସିଟରେ ରିୟା ଏବଂ ତାଙ୍କ ଭାଇ ଶୌଭିକଙ୍କ ନାମ ରହିଛି ।  ସୁଶାନ୍ତଙ୍କ ମୃତ୍ୟୁରେ ଡ୍ରଗ୍ସର କ’ଣ କନେକ୍ସନ ରହିଛି, ସେନେଇ ଯାଞ୍ଚ କରୁଛି ଏନସିବି ।

  • ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌କୁ ଶକ୍ତ ଝଟ୍‌କା ।  ଆମେରିକାର ଡ୍ରୋନ୍‌ ଆଟାକ୍‌, ନିହତ ହେଲା ISISର ସିରିୟା ମୁଖ୍ୟ  ।  ସିରିୟାର ଉତ୍ତର-ପଶ୍ଚିମ ଜିନ୍ଦ୍ରିସ୍‌ ଅଞ୍ଚଳରେ ଆକ୍ରମଣ କରିଥିଲା  ଆମେରିକା । ଏହି ଡ୍ରୋନ୍‌ ଆଟାକ୍‌ରେ ଆଇଏସଆଇଏସ୍‌ର ସିରିୟା ମୁଖ୍ୟ ମାହେର ଅଲ-ଅଗଲ ନିହତ ହୋଇଛି । ଏହାସହିତ ଆଇଏସଆଇଏସ୍‌ର ଆଉ ଜଣେ ବରିଷ୍ଠ ଅଧିକାରୀ ମଧ୍ୟ ଗୁରୁତର ହୋଇଛି ।
  • ‘ସିକ୍ସର କିଙ୍ଗ’ ରୋହିତ ଶର୍ମା ନିଜ ନାମରେ କଲେ ବଡ ରେକର୍ଡ, ହେଲେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ , ଦିନିକିଆ କ୍ରିକେଟରେ ୨୫୦ ଛକା ମାରିବାରେ ପ୍ରଥମ ଭାରତୀୟ ବ୍ୟାଟସମ୍ୟାନ ହେବାର ରେକର୍ଡ କରିଛନ୍ତି। ଘରୋଇ ଇଂଲଣ୍ଡ ଦ୍ଵାରା ଧାର୍ଯ୍ୟ ୧୧୧ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରୋହିତ ଶର୍ମା ୫୮ ବଲରୁ ୬ ଚୌକା ଏବଂ ୫ ଛକା ସହାୟତାରେ ଅପରାଜିତ ୭୬ ରନର ଇନିଂସ ଖେଳିଛନ୍ତି ।
  • ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁରେ ଆଉ ଏକ ରେକର୍ଡ । ନିଜ ଦିନିକିଆ କ୍ୟାରିୟରରେ ୧୫୦ ୱିକେଟ୍‌ ନେବାର ରେକର୍ଡ କରିଛନ୍ତି ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ସେ ଅଧିନାୟକ ଜୋସ୍‌ ବଟଲରଙ୍କୁ ଆଉଟ୍‌ କରି ଏହି ମାଇଲଖୁଣ୍ଟ ଛୁଇଁଥିଲେ ।

  • ବଲିଉଡ଼ ମୁଭି ଦେବଦାସକୁ ପୁରିଲା ୨୦ ବର୍ଷ ।  ଏବେ ବି ଦର୍ଶକଙ୍କ ମନରେ ରହିଛି ଫିଲ୍ମର ଛାପ । ୫୦ କୋଟି ବଜେଟର ଫିଲ୍ମ ‘ଦେବଦାସ’ ବଙ୍ଗୀୟ ଉପନ୍ୟାସକାର ସାରଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ପ୍ରସିଦ୍ଧ ଉପନ୍ୟାସ ଉପରେ ଆଧାରିତ ।  ଏହି ଫିଲ୍ମ ବକ୍ସ ଅଫିସରେ ଧମାଲ କରିବା ସହ ଆଇକନିକ୍‌ ଫିଲ୍ମ ଭାବରେ  ନାଁ କରିଥିଲା ।  ୫ଟି ନ୍ୟାସନାଲ ଆୱାର୍ଡ ପାଇଥିବା ବେଳେ ୧୧ ଟି ଫିଲ୍ମଫେୟାର ଆୱାର୍ଡ ସହ ୧୬ଟି IIFA ଆୱାର୍ଡ ଜିତିଥିଲା ​​।

 

 

 

Comments are closed.