Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ‘ମୁସା’ଙ୍କ ୨ଟି ଚମତକାର ଗୋଲରେ ନାଇଜେରିଆର ପ୍ରଥମ ବିଜୟ

ମସ୍କୋ : ଚଳିତ ଫିଫା ବିଶ୍ୱକପ ଫୁଟବଲ ଏବେ ବେଶ୍ ରୋଚକ ଆଡ଼କୁ ଗତି କରିବାରେ ଲାଗିଛି । ଆଫ୍ରିକୀୟ ଦେଶ ନାଇଜେରିଆ ଦଳର ଚର୍ଚ୍ଚିତ ଖେଳାଳୀ ଅହମ୍ମଦ ‘ମୁସା’ଙ୍କ ଦୁଇଟି ଆକର୍ଷଣୀୟ ଗୋଲ୍ ଜରିଆରେ ଆଇସଲ୍ୟାଣ୍ଡକୁ ୨-୦ ବ୍ୟବଧାନରେ ପରାସ୍ତ କରିଛି ।

ଆଇସଲ୍ୟାଣ୍ଡ ଦଳ ପ୍ରଥମକରି ବିଶ୍ୱକପରେ ପଦାର୍ପଣ କରିଥିଲେ ମଧ୍ୟ ଏହି ୟୁରୋପୀୟ ଟିମ ବେଶ୍ ଭଲ ପ୍ରଦର୍ଶନ କରିପାରିଥିଲେ । ତେବେ ବିଶ୍ୱର ଅନ୍ୟତମ ଚର୍ଚ୍ଚିତ ଫୁଟବଲର୍ ଅହମ୍ମଦ ମୁସାଙ୍କ ଶ୍ରେଷ୍ଠ ଖେଳ ପ୍ରଦର୍ଶନ ଆଗରେ ଆଇସଲ୍ୟାଣ୍ଡ ତିଷ୍ଠି ପାରିନଥିଲା ।

ଏହି ମ୍ୟାଚଟି ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ନାଇଜେରିଆ ଦଳ ପଡ଼ିଆରେ ବେଶ୍ ଦ୍ରୁତ ଗତିରେ ଖେଳି ବିପକ୍ଷ ଦଳକୁ ବିଶ୍ରାମ ଦେଉନଥିବା ଦେଖାଯାଇଥିଲା । ନାଇଜେରିଆର ସେଣ୍ଟର ଫରୱାର୍ଡ଼ ଖେଳାଳିମାନେ ମୁସାଙ୍କୁ ବଲ୍ ବହୁବାର ଯୋଗାଇଦେଇଥିଲେ ।

ଦ୍ୱିତୀୟାର୍ଦ୍ଧର ୪୯ ମିନିଟରେ ମୁସା ଏକ ଫିଲ୍ଡ ଗୋଲ୍ ଦେଇ ନାଇଜେରିଆକୁ ୧-୦ ଗୋଲରେ ଆଗୁଆ କରିଥିଲେ । ୭୫ ମିନିଟରେ ମୁସା ତିନିଜଣଙ୍କୁ ଅତିକ୍ରମ କରି ଏପରିକି ଗୋଲରକ୍ଷକଙ୍କୁ ପରାସ୍ତ କରି ସୁନ୍ଦର ଗୋଲ ସ୍କୋର କରିଥିଲେ । ଏହି ଗୋଲଟି ବେଶ୍ ଆକର୍ଷଣୀୟ ଥିଲା ।

ଏହି ୨-୦ ଗୋଲ ରେ ବିଜୟୀ ହୋଇ ନାଇଜେରିଆ ୩ଟି ମୂଲ୍ୟବାନ ପଏଣ୍ଟ ହାସଲ କରିପାରିଛି ।

Leave A Reply

Your email address will not be published.