Latest Odisha News

BREAKING NEWS

ବିଶ୍ୱକପ ଫୁଟବଲ: ଆକର୍ଷଣୀୟ ଗୋଲ୍ ଦେଇ ‘ନେମାର’ ନଚାଇଲେ ବ୍ରାଜିଲକୁ

ମସ୍କୋ : ଶୁକ୍ରବାର ଦିନ ଫୁଟବଲ ପଡ଼ିଆରେ ବ୍ରାଜିଲ ବିଶ୍ୱବାସୀଙ୍କୁ ପ୍ରଦର୍ଶନ କରିଛି ତା’ର ଶ୍ରେଷ୍ଠ ଫୁଟବଲ ଖେଳ ପ୍ରଦର୍ଶନ । ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟବଲର୍ ନେମାର ଜୁନିୟରଙ୍କ ଆକର୍ଷଣୀୟ ଖେଳ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବ୍ରାଜିଲ-କୋଷ୍ଟାରିକା ମ୍ୟାଚରେ । ବ୍ରାଜିଲ ଦଳ ୨-୦ ଗୋଲରେ କୋଷ୍ଟାରିକାକୁ ପରାସ୍ତ କରି ପ୍ରି-କ୍ୱାଟର ଫାଇନାଲ ଖେଳିବାର ଆଶା ଉଜ୍ଜିବିତ କରିପାରିଛି ।

ବ୍ରାଜିଲ ୨-୦ ଗୋଲରେ ବିଜୟ ହାସଲ କରିଥିଲେ ମଧ୍ୟ ଖେଳର ସମ୍ପୂର୍ଣ୍ଣ ୯୦ ମିନିଟ ପର୍ଯ୍ୟନ୍ତ କୌଣସି ଦଳ କାହାକୁ ଗୋଲ ଦେଇପାରିନଥିଲେ । କିନ୍ତୁ ଅବଶିଷ୍ଟ ଇନଜ୍ୟୁରୀ ଟାଇମରେ ୨ଟି ଗୋଲ ସ୍କୋର କରିଥିଲା ବ୍ରାଜିଲ ଦଳ । ବ୍ରାଜିଲ ପକ୍ଷରୁ ଫିଲିପ କୋଟିନୋ ୧ମ ଗୋଲ ଏବଂ ନେମାର ୨ଟି ଗୋଲଟି ଦେଇ ଶେଷ ମିନିଟରେ ନିଜ ଦଳକୁ ଦୁଇଟି ଗୋଲ ବ୍ୟବଧାନରେ ବିଜୟୀ କରାଇଥିଲେ ।

ସାରା ବିଶ୍ୱ ବ୍ରାଜିଲର ଏହି ଖେଳ ପ୍ରଦର୍ଶନରେ ପ୍ରକୃତରେ ଚକିତ ହୋଇପଡ଼ିଛି । ମ୍ୟାଚ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ରାଜିଲ ଦଳର ସମସ୍ତ ଖେଳାଳିମାନେ ପଡ଼ିଆକୁ ନିଜ କବଜାରେ ରଖିଥିଲେ । ଅଧିକାଂଶ ସମୟ ବଲକୁ ନିଜ ନିୟନ୍ତ୍ରଣରେ ରଖି ପରସ୍ପର ମଧ୍ୟରେ ପାସ ଦେଉଥିବାର ଦେଖାଯାଇଥିଲା । ଶ୍ରେଷ୍ଠ ଖେଳାଳି ନେମାରଙ୍କ ଘନଘନ ଆକ୍ରମଣରେ କୋଷ୍ଟାରିକା ଗୋଲରକ୍ଷକ ନୟାନ୍ତ ହୋଇପଡ଼ିଥିଲେ ।

ବ୍ରାଜିଲର ବାରମ୍ବାର ଗୋଲ ପୋଷ୍ଟ ଉପରକୁ ଆକ୍ରମଣକୁ କିନ୍ତୁ ପ୍ରତିହତ କରିଥିଲେ କୋଷ୍ଟାରିକା ଗୋଲକିପର କେୟଲର୍ ନଭାସ । ପ୍ରାୟ ନିଶ୍ଚିତ ୬ଟି ଗୋଲ ହେବାରୁ ରକ୍ଷା କରିଥିଲେ କୋଷ୍ଟାରିକା ଗୋଲକିପର ନଭାସ । ଯାହାବି ହେଉ ଏହି ଚିତାକର୍ଷକ ଖେଳଟି ସାରା ବିଶ୍ୱରେ ଚର୍ଚ୍ଚିତ ହେବାରେ ଲାଗିଛି । ଆଗକୁ ବିଶ୍ୱକପର ପ୍ରତ୍ୟେକ ମ୍ୟାଚ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇ ଭଲ ଫୁଟବଲ ଦେଖିବାକୁ ମିଳିବ ବୋଲି କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି ।

Leave A Reply

Your email address will not be published.