Latest Odisha News

BREAKING NEWS

ଭଉଣୀ ହେବ ତ ଏମିତ: ଯାହା କରନ୍ତି ସବୁ ଏକାଭଳି

ନ୍ୟୁୟର୍କ: ଅନେକ ସମୟରେ ଦେଖାଯାଏ, ଭାଇ-ଭାଇଙ୍କ ଅପେକ୍ଷା ଭଉଣୀ -ଭଉଣୀଙ୍କ ସମ୍ପର୍କ ଅତି ନିବିଡ଼ । ମଲା ପର୍ଯ୍ୟନ୍ତ ସେମାନଙ୍କ ଭିତରେ ଏ ସମ୍ପର୍କ ସାଇତା ହୋଇ ରହିଥାଏ । କେବଳ ଭାରତରେ ନୁହେଁ ସବୁଠି ସମାନ ମାନସିକତା ଦେଖିବାକୁ ମିଳେ । ନ୍ୟୁୟର୍କର ଏପରି ୩ ଭଉଣୀ ଅଛନ୍ତି ଯେଉଁମାନେ ସେମାନଙ୍କର ସମସ୍ତ କାର୍ଯ୍ୟ ଏକାଭଳିି କରିଥାନ୍ତି । ଡ଼୍ରେସଠାରୁ ଆରମ୍ଭ କରି ମେକଅପ୍‌,ଚାଲିଚଳନ,କଥାବାର୍ତ୍ତା ସବୁକିଛି ସମାନ ।

ନ୍ୟୁୟର୍କର ଷ୍ଟାଟେନ୍ ଦ୍ୱୀପରେ ଥିବା ଏକ ଆପାର୍ଟମେଣ୍ଟରେ ରୁହନ୍ତି ଏହି ତିନି ଭଉଣୀ ହେଲେ ହାନ୍ନା, କ୍ୟାଥରିନ୍ ଏବଂ ନାଦିଆ । ଏମାନଙ୍କ ବୟସ ୨୭ ବର୍ଷ । ଏହି ତିନି ଭଉଣୀ ଏକା ସମୟରେ ଜନ୍ମ ହୋଇଥିଲେ । ସେମାନଙ୍କ ଭିତରେ ସମ୍ପର୍କ ଖୁବ୍ ନିବିଡ଼ । ଏହି ବନ୍ଧନ ଏତେ ଗଭୀର ଯେ ସେମାନେ ସବୁଦିନ ସମାନ ଡ଼୍ରେସ, ଇନର, ଜୋତା, କାନଫୁଲ,ଚୁଡ଼ି ପିନ୍ଧିବା ସହ ହେୟାର ଷ୍ଟାଇଲ, ମେକ୍‌ଅପ୍ ବି ସମାନ ଭାବେ କରିଥାନ୍ତି । ଏମିତି କି ନାକ ଓ ଚେହେରାରେ ସମାନ ପ୍ଲାଷ୍ଟିକ୍ ସର୍ଜରୀ ମଧ୍ୟ କରିଛନ୍ତି । ଏଥିସହିତ ସମାନ ସ୍ତନ ପାଇଁ ମଧ୍ୟ ଅସ୍ତ୍ରୋପଚାର କରିଛନ୍ତି । ଏହା ବ୍ୟତୀତ ଏହି ତିନିଭଉଣୀ ସ୍ପୋର୍ଟସ ବିଶେଷଜ୍ଞ ମଧ୍ୟ । ଆଗକୁ ସେମାନେ ବିବାହ କରିବେ ନାହିଁ । କାରଣ ସେମାନେ କେବେ ଅଲଗା ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.