ଭୁବନେଶ୍ୱର: ଜୀ-ସାର୍ଥକରେ ପ୍ରସାରିତ ମେଗା ଧାରାବାହିକ ‘ଝିଲି’ ଏବେ ଲୋକପ୍ରିୟତାର ଶୀର୍ଷରେ । ଏହି ଧାରାବାହିକରେ ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ଝିଲି -ସିଦ୍ଧଙ୍କ ଯୋଡିକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଛନ୍ତି । ଏହାର ମୁଖ୍ୟ କାରଣ ହେଲା କାହାଣୀ, ଯାହା ସବୁବର୍ଗର ଦର୍ଶକଙ୍କୁ ବାନ୍ଧି ରଖି ପାରିଛି । ଲୋକପ୍ରିୟତାର ଶୀର୍ଷରେ ଆଗେଇ ଚାଲିଥିବା ଏହି ଧାରାବାହିକର କାହାଣୀରେ ଗୋଟେ ଭିନ୍ନ ମୋଡ଼ ଆସିଛି । କାହାଣୀର ଗତିଶୀଳତା ସହ ମିଠା ମହଲ ଏବେ ନାନା ସମସ୍ୟା ଭିତରେ ଗତି କରୁଛି । ସମରେଶ ଓ ସନ୍ଦୀପ ପୁରା ବିଜିନେସକୁ ଦୁଇ ଭାଗରେ ବାଣ୍ଟି ନେବାକୁ ଠିକ୍ କରୁଥିବା ବେଳେ ଜେଜେ ଯେମିତି ଏ ବାବଦରେ ନ ଜାଣନ୍ତୁ ଏହା ଝିଲିର ଇଛା । ସମରେଶ ନିଜର ସ୍ୱତନ୍ତ୍ର ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିବା ବେଳେ ନିବେଶକ ମାନେ ଶେଷ ମୁହୂର୍ତ୍ତରେ ଓହରି ଯାଉଛନ୍ତି ଓ ସମରେଶଙ୍କୁ କ୍ଷତି ସହିବାକୁ ପଡ଼ିଛି । ଏପରି ଏକ ମାନସିକ ଚାପ ଭିତରେ ସେ ଏକ ହୃଦଘାତର ଶୀକାର ହେଉଛନ୍ତି । ସିଦ୍ଧର କନଷ୍ଟ୍ରକସନ୍ କମ୍ପାନୀ ମଧ୍ଯ ଏଥିରେ କ୍ଷତିଗ୍ରସ୍ତ ହେଉଛି ଯାହା ଫଳରେ ସିଦ୍ଧ ଓ ତା ବାପାଙ୍କ ମଧ୍ୟରେ ଦୂରତା ସୃଷ୍ଟି କରୁଛି । ଏସବୁ ଦେଖି ଝିଲି ଆହୁରି ଚିନ୍ତାରେ ପଡ଼ୁଛି । ସବୁ ପରିବାରରେରେ ସମସ୍ୟା ରହିଥାଏ । ହେଲେ ଝିଲି ପରିବାରରେ ବ୍ୟବସାୟକୁ ନେଇ ଯେଉଁ ସମସ୍ୟା ଉପୁଜୁଛି, ସେ କେମିତି କରିବା ଏହାର ସାମ୍ନା । ନିଜର ଭଲ ପାଇବା, ପ୍ରେମ,ନିଷ୍ଠା ଓ ବିଶ୍ୱାସ ବଳରେ ବାନ୍ଧି ରଖିବାକୁ ଉଦ୍ୟମ କରୁଛି ଝିଲି । ଏପରି ଅନେକ କିଛି ଖଟା ମିଠା ଘଟଣା ଓ ମଧୁର ସମ୍ପର୍କକୁ ନେଇ ଏହି ଧାରାବାହିକର କାହାଣୀ ଆଗକୁ ଗତିଶୀଳ ହେଉଛି ।
BREAKING NEWS
- Hotter Months Ahead: ଆକାଶରୁ ହେବ ଅଗ୍ନି ବର୍ଷା! ଭାରତକୁ କଲବଲ କରିପାରେ ଗରମ ମାସ…WMO କରାଇଲା ସତର୍କ
- ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇ ୩ କର୍ମଚାରୀ ବହିଷ୍କୃତ
- ଗୁପ୍ତଚର ଅଭିଯୋଗରେ ଭାରତୀୟ ନୌସେନାର ଜଣେ ଯବାନ ଗିରଫ, ISIକୁ ଦେଉଥିଲା ସମ୍ବେଦନଶୀଳ ସୂଚନା
- ଜଗତସିଂହପୁର ଜିଲ୍ଲାର ୬୯ ମଣ୍ଡି ନୋଡାଲ ଅଫିସରଙ୍କ ଦରମା ବନ୍ଦ
- BrahMos Missile Deal: ଯୁଦ୍ଧ ଭିତରେ ଭାରତଠୁ କ୍ଷେପଣାସ୍ତ୍ର କିଣିବ ଏହି ମୁସଲିମ ଦେଶ…
- ଭିଜିଲାନ୍ସ ଜାଲରେ ଓଏଏସ ଅଧିକାରୀ, ବ୍ୟାଙ୍କରେ ୭ କୋଟିରୁ ଅଧିକ ଜମା
- ତେହେରାନ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ, ୧୦ ଇରାନୀ ଲ୍ୟାଣ୍ଡମାଇନ୍ ନଷ୍ଟ କଲା ଆମେରିକା
- Special flights to the Middle East: ଘରକୁ ଫେରିବେ ମଧ୍ୟପ୍ରାଚ୍ୟରେ ଫସି ରହିଥିବା ଭାରତୀୟ, ଆଜିଠୁ ପୁଣି ଆରମ୍ଭ ହେଲା ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ବିମାନ
- ମଧ୍ୟପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ଇରାନ ସହିତ କଥା ହେଲେ ଜୟଶଙ୍କର
- US-Iran clash soars in Strait of Hormuz: ସମୁଦ୍ରରେ ମଧ୍ୟପ୍ରାଚ୍ୟ ଯୁଦ୍ଧ: ହର୍ମୁଜରେ ପ୍ରଣାଳୀରେ ମାଇନ୍ ବିଛାଉଛି ଇରାନ? କଡ଼ା ଚେତାବନୀ ଦେଲେ ଟ୍ରମ୍ପ
Comments are closed.