Latest Odisha News

BREAKING NEWS

ଜୁନିୟର ମହିଳା ହକି: ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଘୋଷିତ ଦଳରେ ୫ ଓଡିଆ

ବାଙ୍ଗାଲୋର: ଜାତୀୟ ଜୁନିୟର ମହିଳା ହକି ଟିମ ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ । ଏ ନେଇ ଆଜି ହକି ଇଣ୍ଡିଆ ୨୦ ଜଣିଆ ଦଳ ଘୋଷଣା କରାଯାଇଛି । ଘୋଷିତ ଟିମରେ ଓଡିଶାର ୫ଜଣ ଖେଳାଳି ସ୍ଥାନ ପାଇଛନ୍ତି । ସେମାନେ ହେଲେ ଗୋଲକିପର ମାଧୂରୀ କିଣ୍ଡୋ, ଡିଫେଣ୍ଡର ମମିତା ଓରାମ, ଜ୍ୟୋତି ଛତ୍ରୀ, ନିକିତା ଟପ୍ପୋ ଓ ଫରୱାର୍ଡ ସୁନେଲିତା ଟପ୍ପୋ । ଦଳର ନେତୃତ୍ୱ ଦାୟିତ୍ୱ ପ୍ରୀତିକୁ ପ୍ରଦାନ କରାଯାଇଥିବା ବେଳେ ଋତୁଜା ଦାଦାସୋ ପିସାଲ ଉପ ଅଧିନାୟିକା ଦାୟିତ୍ୱ ତୁଲାଇବେ । ଫେବୃୟାରୀ ୧୭ରୁ ୨୫ ପର୍ଯ୍ୟନ୍ତ ଭାରତୀୟ ଦଳ ଏହି ଗସ୍ତରେ ରହିବ ।

ଭାରତୀୟ ଦଳ: କୁରମାପୁ ରାମ୍ୟା, ମାଧୁରୀ କିଣ୍ଡୋ, ପ୍ରୀତି (ଅଧିନାୟିକା), ଜ୍ୟୋତି ସିଂ, ନୀଲମ, ମହିମା ଟେଟେ, ମମିତା ଓରାମ, ଜ୍ୟୋତି ଛତ୍ରୀ, ମଞ୍ଜୁ ଚୌରାଶିଆ, ହୀନା ବାନୁ, ନିକିତା ଟପ୍ପୋ, ହ୍ରିତିକା ସିଂ, ସାକ୍ଷୀ ରାଣା, ଋତୁଜା ଦାଦାସୋ ପିସଭାଲ, ଦୀପିକା ସୋରେଙ୍ଗ, ଦୀପିକା, ସୁନେଲିତା ଟପ୍ପୋ, ମଦଗୁଲା ଭବାନୀ, ଅନ୍ନୁ, ତରନପ୍ରୀତ କୌର ।
ରିଜର୍ଭ ଖେଳାଳି: ଅଦିତି ମାହେଶ୍ୱରୀ, ଅଞ୍ଜଳୀ ବାରୱା, ଏଡୁଲା ଜ୍ୟୋତି, ଭୂମିକ୍ଷା ସାହୁ ।

Leave A Reply

Your email address will not be published.