Latest Odisha News

BREAKING NEWS

କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ : କୋଭିଡ ଭଳି ମହାମାରୀରେ କ୍ଷତିଗ୍ରସ୍ତଙ୍କ ପାଇଁ ଜରୁରୀ ଋଣ ସହାୟତା ଘୋଷଣା କଲେ କେନ୍ଦ୍ର ସରକାର । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କରୋନା କ୍ଷତିଗ୍ରସ୍ତ ପାଇଁ ୧.୧ ଲକ୍ଷ କୋଟିର ଋଣ ଗ୍ୟାରେଣ୍ଟି ଯୋଜନା ଘୋଷଣା କରିଚନ୍ତି । ଏହା ମଧ୍ୟରୁ ୫୦ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଯାହା ପଛୁଆ ଅଞ୍ଚଳର ଚିକିତ୍ସା ଭିତ୍ତିଭୂମି ବୃଦ୍ଧି କରିବାରେ ସହାୟକ ହେବ । ସେହି ଅନ୍ୟ କ୍ଷେତ୍ର ପାଇଁ ୬୦ ହଜାର କୋଟି ଟଙ୍କାର ଋଣ ପ୍ୟାକେଜ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

କୋଭିଡରେ ସର୍ବାଧିକ ପ୍ରଭାବିତ ହୋଇଥିବା ସେକ୍ଟର ପାଇଁ କେନ୍ଦ୍ର ସରକାର ୮ଟି ପଦକ୍ଷେପ ନେଇଛନ୍ତି । ଅନ୍ୟ କ୍ଷେତ୍ର ପାଇଁ ଘୋଷଣା ହୋଇଥିବା ୬୦ ହଜାର କୋଟି ଟଙ୍କାର ଋଣ ପାଇଁ ବାର୍ଷିକ ୮.୨୫ ପ୍ରତିଶତ ସୁଧ ଦେବାକୁ ପଡିବ । ପର୍ଯ୍ୟଟନ ଶିଳ୍ପର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଟୁରିଷ୍ଟ ଗାଇଡ୍ ଓ ଅନ୍ୟମାନଙ୍କ ପାଇଁ ମଧ୍ୟ ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଏହି ପ୍ୟାକେଜରେ ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ବ୍ୟବସାୟିକ ଓ ବ୍ୟକ୍ତିଗତ ଋଣ ପ୍ରଦାନ କରାଯିବ । ପ୍ରତି ଟୁରିଷ୍ଟ ଏଜେନ୍ସିଙ୍କୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ । ସେହିପରି ୫ ଲକ୍ଷ ପର୍ଯ୍ୟଟକଙ୍କ ପାଇଁ ମାଗଣା ଭିସା ଯୋଜନା ଲାଗୁ କରାଯିବ । ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାକୁ ୨୦୨୧ ଜୁନ୍‌ ୩୦ରୁ ୨୦୨୨ ମାର୍ଚ୍ଚ ୩୧ ଯାଏ ବୃଦ୍ଧି କରାଯାଇଛି ।

ସେହିପରି ଚାଷୀମାନଙ୍କୁ ସାର ସବସିଡ୍ ବାବଦରେ ଅତିରିକ୍ତ ୧୫ ହଜାର କୋଟି ବ୍ୟୟ କରାଯିବ । ରବି ଋତୁ ୨୦୨୦-୨୧ରେ ସରକାର ୩୮୯.୯୨ ଲକ୍ଷ ମେଟ୍ରିକ୍ ଟନ୍ ଗହମ କିଣିଥିଲେ । ଅନ୍ୟପକ୍ଷରେ ୨୦୨୧-୨୨ରେ ୪୩୨.୪୮ ଲକ୍ଷ ଟନ୍ ଗହମ କିଣିଛନ୍ତି । ଏଥିପାଇଁ ୮୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଦିଆଯାଇଛି ।

ମାଇକ୍ରୋ ଫାଇନ୍ସ ଇନଷ୍ଟିଚ୍ୟୁଟ ଅଧୀନରେ ୨୫ ଲକ୍ଷ ଲୋକଙ୍କୁ ଋଣ ଦିଆଯିବ । ଛୋଟ ବ୍ୟବସାୟୀ ୧.୨୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ୍ ନେଇ ପାରିବେ । ଏହାଛଡ଼ା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାକୁ ବୃଦ୍ଧି କରାଯାଇଛି । ଏ ବାବଦରେ ୨ ଲକ୍ଷ ୨୭ ହଜାର ୮୪୧ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି । ଏହି ଯୋଜନାରେ କରାନା ପ୍ରଭାବିତ ଲୋକଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

Leave A Reply

Your email address will not be published.