Latest Odisha News

ପାରାସୁଟରରୁ ରାସ୍ତାକଡ଼ ବ୍ୟବସାୟୀ

ଡ଼େରାଡୁନ୍ : ଦିନ ଥିଲା ସେ ଆମ ଦେଶ ପାଇଁ ପାଲଟିଥିଲେ ଗର୍ବ । ହେଲେ ଆଜି ଅର୍ଥ ଅଭାବ ବସାଇ ଦେଇଛି ରାସ୍ତାକଡରେ । ସୁନା ପଦକ ଭେଟି ଦେଉଥିବା ପାରା ସୁଟର ଦିଲରାଜ କୌର ଆଜି ରାସ୍ତାକଡରେ ବଂଚିବାର ରାହା ଖୋଜୁଛନ୍ତି । ପାର୍କ କଡରେ ସ୍ନାକ୍ ବିକି ଗୁଜୁରାଣ ମେଣ୍ଟାଉଛନ୍ତି । ବହୁବାର କିଛି ସହଯୋଗ ପାଇଁ ପ୍ରଶାସନକୁ ଜଣାଇଛନ୍ତି । ଏପରକି ସେହି ଅନଟନ ଭିତରେ ନିଜ ପରିବା ଲୋକଙ୍କ ମଧ୍ୟ ହରାଇ ସାରିଲେଣି । ହେଲେ ତାଙ୍କୁ କୌଣସି ପ୍ରକାର ସାହାଯ୍ୟ ଟିକେ ବି ମିଳିପାରିଲାନି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଦିଲରାଜ୍ । ଦେଶ ପାଇଁ ଆଣିଲେ ଗର୍ବ ଓ ଗୌରବ । ବହୁ ସୁନାମ ଓ ସମ୍ମ୍‌ାନ ବି ମିଳିଲା । ହେଲେ ଦିନେ ହାତରେ ବନ୍ଧୁକ ଧରି ନିଶାନା ଲଗାଉଥିବା ବିଜୟୀ ରାସ୍ତାକଡରେ ବିକୁଛି ସ୍ନାକ୍ସ । ଏହି ଘଟଣା ଆଶ୍ଚର୍ଯ୍ୟ କରିଦେଲା ଭଳି । ଅର୍ଥ ନଥାଇ ବି ଦେଶ ପାଇଁ ଗର୍ବ ଆଉ ପ୍ରଶଂସା ସାଉଁଟିଥିବା ଝିଅ ଆଜି ରାସ୍ତା କଡରେ । ଉତ୍ତରାଖଣ୍ଡର ପାରାସୁଟର ଦିଲରାଜ କୌର । ୨୦୦୪ରୁ ପାରା ସୁଟିଙ୍ଗ ଆରମ୍ଭ କରିଥିବା ବେଳେ ହାସଲ କରିଛନ୍ତି ୨୪ଟି ସ୍ୱର୍ଣ୍ଣ ପଦକ, ୮ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ । ଅନେକ ଜାତୀୟ ସମ୍ମାନର ବି ଅଧିକାରୀ ହୋଇଛନ୍ତି ।

ବହୁବାର ଅର୍ଥ ଅଭାବ ସମ୍ମୁଖୀନ ହୋଇଥିବା ବେଳେ ସରକାରଙ୍କ ନିକଟରେ ସମସ୍ୟା ଜଣାଇଛନ୍ତି । ପରିବାର ଲୋକେ କେହି ପାଖରେ ନାହାନ୍ତି । ପ୍ରାୟ ବର୍ଷେ ହେବ ପରିବାର ଲୋକଙ୍କୁ ହରାଇ ବେସାହାରା ହୋଇପଡିଛନ୍ତି ଦିଲରାଜ । ବହୁବାର କିଛି ସହଯୋଗ ପାଇଁ ଅ୍ରନୁରୋଧ କରି ନିରାଶ ହୋଇ ପଡିଛନ୍ତି । ଆଉ ଶେଷରେ ପାର୍କ କଡ଼ରେ ବସି ପେଟ ପାଟଣା ପାଇଁ ସଂଘର୍ଷ ଜାରି ରଖିଛନ୍ତି ।

ଦିନ ଥିଲା ଦେଶ ତାଙ୍କ ପାଇଁ ଗର୍ବ କରୁଥିଲା । ଦେଶ ପାଇଁ ଗøରବ ଆଣିଥିବା ଝିଅ ଏବେ ବଂଚିବାକୁ ସଂଘର୍ଷ କରୁଛି ରାସ୍ତା କଡରେ । ଜଣେ ପ୍ରତିଭାବାନ୍ ସୁଟର ରାସ୍ତା କଡ଼ରେ ବସି ଉଠା ବ୍ୟବସାୟୀ ପାଲଟିବା କେତେଦୂର ସମିଚୀନ । ସୁନା ପଦକ ଭେଟି ଦେଉଥିବା ଦିଲରାଜ ଆଜି ରାସ୍ତାକଡରେ ବଂଚିବାର ରାହା ଖୋଜୁଛନ୍ତି । ଏବେ ବି କୌଣସି ପ୍ରକାର ସହଯୋଗ ଅପେକ୍ଷାରେ ରହିଛନ୍ତି ଦିଲରାଜ ।

Leave A Reply

Your email address will not be published.