Latest Odisha News

BREAKING NEWS

ଗିରଫ ହେଲା ଲସ୍ମର ଇ ତୋଇବା କମାଣ୍ଡର ନଦୀମ ଅବରାର

ଶ୍ରୀନଗର: ଜମ୍ମୁ-କଶ୍ମୀର ସୁରକ୍ଷାକର୍ମୀଙ୍କୁ ସୋମବାର ବଡ ସଫଳତା ହାତ ଲାଗିଛି । କୁଖ୍ୟାତ ଲସ୍କର ଇ ତୋଇବା କମାଣ୍ଡର ନଦୀମ ଅବରାର ସ୍ଥାନୀୟ ପୋଲିସ ହାତରେ ଗିରଫ ହୋଇଛନ୍ତି । କଶ୍ମୀର ଜୋନର ଆଇଜିପି ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ବିଭିନ୍ନ ଆତଙ୍କବାଦୀ ଘଟଣାରେ ଏହି ଅପରାଧୀ ସମ୍ପୃକ୍ତ ଥିଲା । ପରିମପୋରାର ଏକ ଚେକପଂଏଟରୁ ନଦୀମ ଏବଂ ଏହାର ଜଣେ ସାଥୀକୁ ଗିରଫ କରାଯାଇଥିଲା ।

ସେମାନଙ୍କ ନିକଟରୁ ଗ୍ରେନେଡେ ଓ ପିସ୍ତଲ ଜବତ କରାଯାଇଛି । ଲାଓପୋରାରେ ଚଳିତ ବର୍ଷ ୩ଜଣ ସିଆରପିଏଫ କର୍ମଚାରୀଙ୍କ ହତ୍ୟାରେ ନଦୀମର ହାତ ଥିଲା । ନଦୀମ ନିକଟରୁ ବହୁତ କିଛି ତଥ୍ୟ ମିଳିବା ନେଇ ସୁରକ୍ଷାକର୍ମୀ ଆଶାୟୀ ଅଛନ୍ତି ।

Leave A Reply

Your email address will not be published.