ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ଥାନାରେ ଗତ ଆଠ ମାସ ମଧ୍ୟରେ ମୋଟ ୧,୩୫,୦୭୪ଟି ମାମଲା ରୁଜୁ ହୋଇଛି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।ଗୃହ ବିଭାଗ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହାତରେ ରହିଥିବା ବେଳେ ସେ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ପ୍ରାୟତଃ ନିୟନ୍ତ୍ରଣରେ ରହିଛି। ସରକାର ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତିବଦ୍ଧ ଏବଂ କୌଣସି ବିଶୃଙ୍ଖଳା ସୃଷ୍ଟି ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।
ମୁଖ୍ୟମନ୍ତ୍ରୀ ଆହୁରି ମଧ୍ଯ କହିଛନ୍ତି ଯେ ରାଜ୍ୟର ପୋଲିସ କର୍ମଚାରୀମାନେ ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବା ସହ ଆଇନ ଅନୁଯାୟୀ ଅପରାଧୀଙ୍କ ବିରୁଦ୍ଧରେ ତୁରନ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ତେବେ ଗଞ୍ଜାମରେ ସର୍ବାଧିକ ମାମଲା ରୁଜୁ ହୋଇଛି।
Comments are closed.