Latest Odisha News

BREAKING NEWS

୧.୯୩ ନିୟୁତ ଟନ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରି ସହ ଜେଏସପିଏଲର ସର୍ବାଧିକ ତ୍ରୈମାସିକ ବିକ୍ରୟ ହାସଲ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୦ର ଦ୍ଵିତୀୟ ତ୍ରୈମାସ ତୁଳନାରେ ଆର୍ଥିକ ବର୍ଷ ୨୦୨୧ ଦ୍ଵିତୀୟ ତ୍ରୈମାସରେ ରେକର୍ଡ ୩୦ ପ୍ରତିଶତ ଅଧିକ ଇସ୍ପାତ ବିକ୍ରୟ କରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର ଲି (ଜେଏସପିଏଲ) ତାର ଅଭିବୃଦ୍ଧି ଜାରି ରଖିଛି।

ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ଜେଏସପିଏଲ ୧.୮୫ ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ବିକ୍ରୟ କରିଥିବା ବେଳେ ଚଳିତ ଆର୍ଥିକ ବର୍ଷର ଦ୍ଵିତୀୟ ତ୍ରୈମାସରେ ୨.୪୧ ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ବିକ୍ରୟ ହାସଲ କରିଛି।

ସେହିଭଳି, ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ୧.୯୯ ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ଉତ୍ପାଦନ ହାସଲ କରିଥିବା ବେଳେ, ଆର୍ଥିକ ବର୍ଷ ୨୦୨୧ର ଦ୍ଵିତୀୟ ତ୍ରୈମାସରେ ୨.୩୫ ମିଲିୟନ୍ ଟନ୍ କନସୋଲିଡେଟେଡ଼ ଇସ୍ପାତ ଉତ୍ପାଦନ ହାସଲ କରି ଜେଏସପିଏଲ ୧୮ ପ୍ରତିଶତ ଅଭିବୃଦ୍ଧି  ରେକର୍ଡ କରିଛି।

ଘରୋଇ ଇସ୍ପାତ ଚାହିଦା ପୁନରୁଥାନ ସହିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରୟରେ ଗତ ବର୍ଷ ତୁଳନାରେ  ୨୯ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି।  ଗତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ ଜେଏସପିଏଲ ୧.୪୯ ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରୟ ତୁଳନାରେ ଚଳିତ ଆର୍ଥିକ ବର୍ଷ ଦ୍ଵିତୀୟ ତ୍ରୈମାସରେ  ୧.୯୩ ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ବିକ୍ରୟ ହାସଲ କରିଛି।

ସେହିଭଳି ଷ୍ଟାଣ୍ଡାଲୋନ ଇସ୍ପାତ ଉତ୍ପାଦନରେ ମଧ୍ୟ ଜେଏସପିଏଲ  ୧୬ ପ୍ରତିଶତ ଅଭିବୃଦ୍ଧି ହାସଲ କରିଛି। ଆର୍ଥିକ ବର୍ଷ ୨୦୨୦ ଦ୍ଵିତୀୟ ତ୍ରୈମାସରେ ୧.୫୮ ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ଉତ୍ପାଦନ ହାସଲ କରିଥିବା ବେଳେ, ଆର୍ଥିକ ବର୍ଷ ୨୦୨୧ର ଦ୍ଵିତୀୟ ତ୍ରୈମାସରେ ୧.୮୪ ମିଲିୟନ୍ ଟନ୍ ଷ୍ଟାଣ୍ଡାଲୋନ ଇସ୍ପାତ ଉତ୍ପାଦନ କରିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ମୋଟ ବିକ୍ରୟ ପରିମାଣରେ ୦.୭୪ ମିଲିୟନ୍ ଟନ୍ ସହିତ ଇସ୍ପାତ ରପ୍ତାନି  ୩୮ ପ୍ରତିଶତ ଯୋଗଦାନ ଦେଇଛି। ସେହିପରି ଓଡ଼ିଶାର ବଡ଼ବିଲ ଠାରେ ଥିବା ଜେଏସପିଏଲର ପେଲେଟ କାରଖାନା ଆର୍ଥିକ ବର୍ଷ ୨୦୨୧ର ଦ୍ଵିତୀୟ ତ୍ରୈମାସରେ ୨.୦୧ ମିଲିୟନ୍ ଟନ୍ ର  ସର୍ବୋଚ୍ଚ ତ୍ରୈମାସିକ ପେଲେଟ ଉତ୍ପାଦନ କରିଛି।

“ଆମର ଉତ୍ସର୍ଗୀକୃତ କର୍ମଚାରୀ ଏବଂ ସେମାନଙ୍କ କଠିନ ପରିଶ୍ରମ ପାଇଁ ଆମେ ଗର୍ବିତ। ଆମେ ଭାରତର ଅଭିବୃଦ୍ଧିରେ ଯୋଗଦାନ ଦେବାପାଇଁ ଆମେ ସଂକଳ୍ପ ନେଇଛୁ ଏବଂ ଏଥିପାଇଁ ଆମେ ବିକ୍ରୟ ଓ ଉତ୍ପାଦନରେ ବୃଦ୍ଧି କରିବା ପାଇଁ ପ୍ରଚେଷ୍ଟାରତ” ବୋଲି ଜେଏସପିଏଲର ପରିଚାଳନା ନିର୍ଦେଶକ ଭି ଆର ଶର୍ମା ଏକ ବିବୃତ୍ତିରେ କହିଛନ୍ତି।

 

Comments are closed.