Latest Odisha News

BREAKING NEWS

ପୃଥ୍ୱୀରାଜ ପାଇଁ ପ୍ରସ୍ତୁତ ଅକ୍ଷୟ କୁମାର !

ମୁମ୍ବାଇ: କରୋନା କାଳରେ ପ୍ରଥମ ଅଭିନେତା ଭାବେ ଅକ୍ଷୟ କୁମାର ନିଜ ଫିଲ୍ମର ସୁଟିଂ ସାରିଥିଲେ । ଆଉ ଏବେ ପୁଣିଥରେ ଆଉ ଏକ ଫିଲ୍ମ ପାଇଁ ମୁମ୍ବାଇରେ ପ୍ରସ୍ତୁତିରେ ଚଳାଇଛନ୍ତି । ଆଗାମୀ ଦିନରେ ଫିଲ୍ମ ପୃଥ୍ୱୀରାଜର ସୁଟିଂରେ ଅକ୍ଷୟ ନଜର ଆସିବେ ।

ଅନ୍‌ଲକ୍ ପର୍ଯ୍ୟାୟ ପରେ ଅକ୍ଷୟ ଫୁଲ୍ ସ୍ପିଡ୍‌ରେ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି । ଗତ ସପ୍ତାହରେ ସ୍କଟଲ୍ୟାଣ୍ଡରେ ଫିଲ୍ମ ବେଲ୍ ବଟମ୍‌ର ସୁଟିଂ ସାରି ଫେରିଥିଲେ । ଏବେ ପୃଥ୍ୱୀରାଜର ସୁଟିଂ ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଐତିହାସିକ ଫିଲ୍ମ ପୃଥ୍ୱୀରାଜର ସୁଟିଂ ଅକ୍ଟୋବର ୮, ଗୁରୁବାର ଦିନ ଆରମ୍ଭ ହେବ ।

ଲକ୍‌ଡାଉନ୍ ପୂର୍ବରୁ ଏହି ଫିଲ୍ମର ଶତକଡା ୭୦ଭାଗ ସୁଟିଂ ସରିଥିଲା । ତେବେ ଅନ୍‌ଲକ୍ ପର୍ଯ୍ୟାୟ ପରେ ଦେଶରେ ସୁଟିଂ ପାଇଁ ଅନୁମତି ମିଳିନଥିବାରୁ ବେଲ୍ ବଟମ୍‌ର ସୁଟିଂ ପ୍ରଥମେ କରିଥିଲେ । ଫିଲ୍ମରେ ଥିବା ଯୁଦ୍ଧର ସିନ୍‌ଗୁଡିକ ଷ୍ଟୁଡିଓ ମଧ୍ୟରେ ହିଁ ସୁଟିଂ କରାଯିବ । ପରିସ୍ଥିତି ଅନୁଯାୟୀ ୪୦୦ରୁ ୫୦୦ ଆର୍ଟିଷ୍ଟ ବଦଳରେ ମାତ୍ର ୫୦ଜଣଙ୍କୁ ନେଇ ସୁଟିଂ ହେବ । ବଳକା କାମ ସ୍ପେଶାଲ ଇଫେକ୍ଟସ୍ ଓ ଭିଏଫଏକ୍ସ ଜରିଆରେ ସମ୍ପନ୍ନ ହେବ ।

ଫିଲ୍ମର କ୍ରିଉ ମେମ୍ବରଙ୍କର କୋଭିଡ୍ ଟେଷ୍ଟ ହୋଇଥିଲାବେଳେ ସମସ୍ତଙ୍କ ରହିବା ପାଇଁ ହୋଟେଲର ବ୍ୟବସ୍ଥା ହୋଇଛି । ସୁଟିଂ ସରିବା ପରେ ହିଁ ସମସ୍ତେ ଘରକୁ ଫେରିବେ । ୟଶରାଜ ଫିଲ୍ମସ ବ୍ୟାନର ତଳେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମରେ ଅକ୍ଷୟ ପୃଥ୍ୱୀରାଜ ଚୌହାନ ଓ ମନୁଷି ଛିଲ୍ଲର ତାଙ୍କ ସ୍ତ୍ରୀ ସଂୟୋଗୀତା କିର୍ଦାରରେ ନଜର ଆସିବେ ।

Leave A Reply

Your email address will not be published.