Latest Odisha News

BREAKING NEWS

ଚାଷ ଜମିକୁ ହାତୀ ଘଉଡାଇବାକୁ ଯାଇ ଗୁରୁତର ହେଲେ ଯୁବକ

ଗଞ୍ଜାମ : ଥମୁନି ହାତୀ ଆତଙ୍କ  । ହାତୀ ମଣିଷ ଲଢେଇ ଭିତରେ କେତେବେଳେ ମଣିଷ ତାର ଜୀବନ ହାରୁଛି ତ ଆଉ କେତେବେଳ ହାତୀର ଜୀବନ ଯାଉଛି । ଏହାରି ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଆସିଛି ଏକ ଅଭାବନୀୟ ଘଟଣା  । ଜଗନ୍ନାଥପ୍ରସାଦ ରେଞ୍ଜ ପାଲପଡ଼ା ଵୋଡା ନଦୀ ନିକଟରେ ୧୩ ଟିକିଆ ହାତୀପଲଙ୍କ ଉତ୍ପାତ୍ତ ଦେଖିବାକୁ ମିଳିଛି  । ଗାଁରେ ପଶି ଜଣେ ଯୁବକଙ୍କୁ ଆକ୍ରମଣ କରିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି  ।

ହାତୀ ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ନାଁ ବସନ୍ତ ମୁଳି ବୋଲି ଜଣାପଡିଛି । ଆଜି ସକାଳେ ହାତୀ ପଲ ଚାଷ ଜମି ନଷ୍ଟ କରିବାକୁ ଯାଇଥିଲେ । ଏତିକି ବେଳେ ବସନ୍ତ ମୁଳି ହାତୀ ମାନଙ୍କୁ ଘଉଡାଇବାକୁ ଯାଇ ଆକ୍ରମଣର ଶିକାର ହୋଇଛନ୍ତି  । ବାରମ୍ବାର ଅଞ୍ଚଳରେ ହାତୀ ମାନଙ୍କ ଦୌରାତ୍ମ ଦେଖିବାକୁ ମିଳୁଛି  । ଏ ନେଇ ବାରମ୍ବାର ଗ୍ରାମବାସୀମାନେ ବନ ବିଭାଗକୁ ଜଣାଇଛନ୍ତି  । ହେଲେ ହାତୀ ଘଉଡାଇବାରେ ବନ ବିଭାଗ ସମ୍ପୂର୍ଣ୍ଣ ଫେଲ ମାରିଛି ।

Leave A Reply

Your email address will not be published.