Latest Odisha News

BREAKING NEWS

ଶିଶୁ କବିତା : କାର୍ତ୍ତିକ ଚାଲିଛି ବୋଲି

ତରୁଣ କୁମାର ମିଶ୍ର

ଫୁଲଝରି ଧରି ମାଙ୍କଡ଼ ନାଚୁଛି
ଭାଲୁ ଖେଳେ ଲୁଚକାଳି ,
ହାତୀ ପିଠି ପରେ ବାଘ ମାମୁଁ ବସି
ଆନନ୍ଦେ ବଜାଏ ତାଳି ।

କୁକୁର ମୁଣ୍ଡରେ ହେଲମେଟ ବାନ୍ଧି
ସ୍କୁଟି ଚଲାଉଛି ଦେଖ ,
ତା ପଛରେ ବସି ଛେଳି ମହାନନ୍ଦେ
ଚୋବାଉଛି ବରପତ୍ର ।

ବିଲେଇ ନାନୀ ତ ସେଲଫି ଉଠାଏ
ମାଛହାଟେ ବୁଲି ବୁଲି ,
ଖାଁ ଖାଁ ହାଟ ମାଛ ବିକ୍ରି ନାହିଁ
କାର୍ତ୍ତିକ ଚାଲିଛି ବୋଲି ।

ଛେଳି ଓ କୁକୁଡ଼ା ଦୋକାନରେ ବସି
ଦେଖନ୍ତି କ୍ରିକେଟ ଖେଳ ,
ଭାବୁଛନ୍ତି ବୋଧେ ରାମରାଜ୍ଯହେଲା
ବଅନ୍ଦ ଆମିଷ ଝୋଳ ।

ମୂଷା ଜାଣିଲାଣି ଚାଲିଛି କାର୍ତ୍ତିକ
ବିଲେଇକୁ ଦିଏ ଚଣା ,
ମାଛ ପହଁରନ୍ତି ପୋଖରୀରେ ନାଚି
ବଗ ସବୁ ବାଟବଣା ।

Leave A Reply

Your email address will not be published.