Latest Odisha News

BREAKING NEWS

ମଝିଘରିଆଣୀ ମନ୍ଦିର ହୁଣ୍ଡି ରୁ ବାହାରିଲା ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା

ରାୟଗଡ଼ା: ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣି ମନ୍ଦିର ହୁଣ୍ଡି ଦୀର୍ଘ ପାଞ୍ଚ ମାସ ପରେ   ଖୋଲାଯାଇଛି।  ଗଣତି ପରେ ହୁଣ୍ଡିରୁ ବାହାରିଛି ୧ କୋଟି ୧ ଲକ୍ଷ ୨୩ ହଜାର ଟଙ୍କା।

ପୁଳା ପୁଳା ଟଙ୍କା ସହ ୧୦୪ ଗ୍ରାମ ସୁନା, ୨୬୭୦ ଗ୍ରାମ ଓଜନର ରୂପା ଅଳଙ୍କାର ଏବଂ ବିଦେଶୀ ମୁଦ୍ରାରେ ଆମେରିକା ଓ ଆଫ୍ରିକାର ନୋଟ ବାହାରିଛି ।

ଦାନ ଆକାରରେ ଏହି ଟଙ୍କା, ସୁନା ଅଳଙ୍କାର ଭକ୍ତ ମାନେ ହୁଣ୍ଡି ରେ ପକାଇଥାନ୍ତି। ଦୀର୍ଘ ୧୨ ଘଣ୍ଟା ଧରି ଗଣତି କରାଯିବା ପରେ ଏହା ବାହାରିଥିବା  ମନ୍ଦିର କମିଟି ତରଫରୁ ସୂଚନା ଦିଆଯାଇଛି। ବିଶେଷ କରି ଓଡିଶା ସହ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ଭକ୍ତ ମାନେ ଦାନ ଆକାରରେ ଏହି ହୁଣ୍ଡିରେ ଟଙ୍କା , ସୁନା ପକାଇ ମାନସିକ ରଖିଥାନ୍ତି।

ଭେଙ୍କେଟେସ୍ବର କଲ୍ୟାଣ ମନ୍ଦିର ଓ ଜେମେଶ ଟ୍ୟୁଟିରିଆଲ ସଭ୍ୟ ମାନେ ଗଣତି କାର୍ଯ୍ୟରେ ସହଯୋଗ କରିଥିଲେ । ଗତ ମାର୍ଚ୍ଚ ମାସରେ ହୁଣ୍ଡିରୁ ୭୫ ଲକ୍ଷ ଟଙ୍କା ସହ ୫୪ ଗ୍ରାମ ସୁନା ଓ ୨ କିଲୋ ୬୦ ଗ୍ରାମ ରୁପା ବାହାରିଥିଲା। ସମସ୍ତ ଟଙ୍କା ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୂପା କୋଷାଗାରରେ ଜମା ଦିଆଯାଇଛି।

Leave A Reply

Your email address will not be published.