Latest Odisha News

BREAKING NEWS

୧ କୋଟି ଇରାନୀୟ ରିଆଲ୍ ମୂଲ୍ୟ ୬୫୦ ଟଙ୍କା

ତେହରାନ୍: ଇରାନ୍ ବିରୋଧରେ ଗତ କିଛି ବର୍ଷ ଧରି ଆମେରିକା ଆର୍ଥିକ କଟକଣା ଲାଗୁ କରିଆସିଥିଲାବେଳେ ଇରାନ୍‌ର ଅର୍ଥନୀତି ବହୁମାତ୍ରାରେ ପ୍ରଭାବିତ ରହିଆସିଛି । ଏବେ ଯୁଦ୍ଧକୁ ନେଇ ଇରାନ୍‌ର ଆର୍ଥିକ ସ୍ଥିତି ଆହୁରି ଜଟିଳ ହୋଇପଡ଼ିଛି । ଯୁଦ୍ଧ ସ୍ଥିତିରେ ଇରାନ୍ କେନ୍ଦ୍ରୀୟ ବ୍ୟାଙ୍କ ୧୦ ନିୟୁତ ବା ୧ କୋଟି ମୂଲ୍ୟବଗିର ନୋଟ୍(ରିଆଲ୍) ଛାପିଥିବା ଦେଖିବାକୁ ମିଳିଛି।

ଇରାନ୍‌ରେ ବର୍ତ୍ତମାନ ମୁଦ୍ରାଙ୍ଗୀତି ବଢିବା ସହ ନୋଟ୍‌ର ମାତ୍ରାଧୁକ ଅଭାବ ଦେଖାଯାଇଛି। ସାଧାରଣରେ ଦୈନିକ ଅର୍ଥ କାରବାରକୁ ଦୃଷ୍ଟିରେ ରଖି ଇରାନ୍ ସରକାର ଏହି ମୂଲ୍ୟବର୍ଗର ନୋଟ୍ ଛାପିବାକୁ ନିଷ୍ପତ୍ତି ନେଇଥିବା କୁହାଯାଇଛି।

ଏହି ନୋଟ୍ ଆସିବା ପରେ ବ୍ୟାଙ୍କ ଏବଂ ଏଟିଏମ୍ କାଉଣ୍ଟରଗୁଡିକରେ ଲୋକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। କିନ୍ତୁ ପ୍ରକୃତରେ ଏହି ନୋଟ୍‌ର ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ ବହୁତ୍ କମ୍ ରହିଛି। ୧ କୋଟି ମୂଲ୍ୟବର୍ଗର ଏହି ରିଆଲ ଆମେରିକୀୟ ୭ ଡଲାର ଏବଂ ଭାରତର ୬୫୦ ଟଙ୍କା ସହ ସମାନ ବୋଲି ଜଣାପଡ଼ିଛି।

Comments are closed.