ଗୌହାଟୀ: ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ତାଙ୍କ ପତ୍ନୀ ରିନିକି ଭୁୟାନ ଶର୍ମାଙ୍କ ମିଳିତ ସମ୍ପତ୍ତି ୨୦୨୧ରେ ୧୭.୨୭ କୋଟି ଥିଲା। ୨୦୨୬ରେ ତାହା ବୃଦ୍ଧି ପାଇ ୩୫.୧୬ କୋଟି ଟଙ୍କା ହୋଇଛି। ଜାଲୁକବାଡି ଆସନରୁ ନାମାଙ୍କନ ଦାଖଲ କରିବା ସମୟରେ ହିମନ୍ତ ବିଶ୍ୱଶର୍ମା ସତ୍ୟପାଠରେ ଦର୍ଶାଇଛନ୍ତି ଯେ ତାଙ୍କ ଚଳ ସମ୍ପତ୍ତି ୧.୭୨ କୋଟିରୁ ବୃଦ୍ଧି ପାଇ ୨.୩୬ କୋଟି ଟଙ୍କା ହୋଇଯାଇଛି। ତାଙ୍କ ପତ୍ନୀଙ୍କ ସମୁଦାୟ ସମ୍ପତି ୧୬.୧୯ କୋଟିରୁ ବଢି ୩୨.୭୯ କୋଟି ଟଙ୍କାରେ ପହଞ୍ଚିଛି। ବିଶ୍ଵଶର୍ମାଙ୍କ ପାଖରେ ୨.୨୮ ଲକ୍ଷ ଟଙ୍କାର ନଗଦ ରାଶି ଓ ବ୍ୟାଙ୍କ ଖାତାରେ ପ୍ରାୟ ୬୮ ଲକ୍ଷ ଟଙ୍କା ଜମା ରହିଛି। ତାଙ୍କ ପତ୍ନୀଙ୍କ ପାଖରେ ୩୧୬ ଲକ୍ଷ ଟଙ୍କାର ନଗଦ ଓ ପ୍ରାୟ ୭୫ ଲକ୍ଷ ଟଙ୍କା ବ୍ୟାଙ୍କରେ ରହିଛି। ବିଶ୍ବଶର୍ମାଙ୍କ ପାଖରେ ନିବେଶ, ଗାଡି ବା ବୀମା ନାହିଁ । ତାଙ୍କ ପତ୍ନୀଙ୍କ ପାଖରେ ୫୧୦ କୋଟିର ନିବେଶ, ୧୭୭ କୋଟି ଟଙ୍କାର ବୀମା ଓ ଏକ ଜିପ୍ ରହିଛି । ୧୮୦
ଗ୍ରାମର ସୁନା ଅଳଙ୍କାର (୨୫,୧୦ ଲକ୍ଷ ଟଙ୍କା) ଓ ପତ୍ନୀଙ୍କ ପାଖରେ ୧୪୫୯ ଗ୍ରାମ (୨.୦୩ କୋଟି ଟଙ୍କା) ସୁନା ଅଛି। ରିନିକିଙ୍କ ନାଁରେ ୩ଟି ଜମି ରହିଛି ଯାହାର ଦାମ୍ ପ୍ରାୟ ୧୯୨୫ କୋଟି ଟଙ୍କା। ତାଙ୍କ ବିରୋଧରେ କୌଣସି ଆପରାଧିକ ମାମଲା ନାହିଁ।
BREAKING NEWS
- ଭୁବନେଶ୍ବରରେ ଦୁର୍ଗାପୂଜା ପାଇଁ ଜାରି ହେଲା ଟ୍ରାଫିକ କଟକଣା, ୬ ଦିନ ଯାଏଁ ବନ୍ଦ ରହିବ ଏହି ସବୁ ରାସ୍ତା
- ଅଡ଼ୁଆରେ ଅଭିନେତା ଇମ୍ରାନ ଖାନ; ‘ଲୁକ୍ ଆଉଟ୍ ସର୍କୁଲାର୍’ ଜାରି କରିବାକୁ ବିଜେପି ନେତାଙ୍କ ଦାବି
- ରଣଜୀ ଟ୍ରଫି: ବାଦଲଙ୍କ ପ୍ରଥମ ଥର ପାଇଁ ୫ ୱିକେଟ୍ ସଫଳତା, କିନ୍ତୁ ଗୁଜରାଟ ବିପକ୍ଷରେ ସଙ୍କଟରେ ଓଡ଼ିଶା
- ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପ୍ଟେନ୍ ହୋଇପାରନ୍ତି ରୋହିତ ଶର୍ମା, ଜାଣନ୍ତୁ କାରଣ
- ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ
- Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା
- ଗୋଟିଏ ଓଭରରେ ୫ଟି ୱିକେଟ ନେଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
- ଐତିହାସିକ ବାଲିଯାତ୍ରାରେ ପ୍ଲାଷ୍ଟିକ୍ ବ୍ୟବହାରକୁ ନା, ନିୟମ ଭାଙ୍ଗିଲେ ଗଣିବାକୁ ପଡ଼ିବ ଜରିମାନା
- କେନ୍ଦ୍ର ସଂସଦୀୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଏଲ୍ ମୁରୁଗାନଙ୍କ ଇସ୍ତଫା
- ଆସନ୍ତୁ ଜାଣିବା ମୋବାଇଲ ଓ ଲ୍ୟାପଟପ ଯୋଗୁ କିପରି ପ୍ରଭାବିତ ହୁଏ ପୁରୁଷଙ୍କ ଫର୍ଟିଲିଟି

Comments are closed.