Latest Odisha News

BREAKING NEWS

ଛତିଶଗଡ଼ରେ IED ବିସ୍ଫୋରଣ: ଜଣେ ଯବାନ ସହିଦ, ୧୦ ଗୁରୁତର

ରାୟପୁର: ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ପୁଣି ମାତିଲେ ମାଓବାଦୀ । ଆଇଡି ବିସ୍ଫୋରଣ କରିଛନ୍ତି । ଏଥିରେ ସିଆରପିଏଫ୍ କୋବ୍ରା ବାହିନୀର ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସହିଦ ହୋଇଛନ୍ତି ଆହତ ହୋଇଛନ୍ତି ଆଉ ୧୦ ଯବାନ । ସହିଦ ଯବାନ ହେଉଛନ୍ତି ନୀତିନ ଭାଲେରାଓ । ସେ ସିଆରପିଏଫର କୋବ୍ରା ୨୦୬ ବାଟାଲିଅନରେ କାମ କରୁଥିଲେ ।

କମ୍ବିଂ ଅପରେସନ ସାରି କ୍ୟାମ୍ପକୁ ଫେରିବା ବେଳେ ସୁକୁମା ଜିଲ୍ଲାର ତାଡ଼ମେଟଲା ଜଙ୍ଗଲ ରାସ୍ତାରେ ମାଓବାଦୀ ଆଇଡି ବିସ୍ଫୋରଣ କରିଥିଲେ । ସମସ୍ତ ଆହତ ଯବାନଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

Leave A Reply

Your email address will not be published.