Latest Odisha News

ସିଡନୀ ଦ୍ୱିତୀୟ ଦିନିକିଆ: ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ

ସିଡନୀ: ଭରାତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ଖେଳାଯାଉଛି ଦ୍ୱିତୀୟ ଦିନିକିଆ । ସିଡନୀରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରୁଛି ଘରୋଇ ଦଳ । ଆଜିର ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ପ୍ରଥମ ମ୍ୟାଚରେ ପରାଜୟ ପରେ ଆଜି ବିଜୟ ସହ ସିରିଜକୁ ଫେରିବା ପାଇଁ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଛ୍ କୋହଲି ବାହିନୀ । ଏହି ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ କର ବା ମର ଭଳି ।

ଆଜିର ମ୍ୟାଚ୍ ହାରିଲେ ସିରିଜ ହାତ ଛଡ଼ା କରିବ ଭାରତ । ଆଗକୁ ସିରିଜ କବଜା କରିବ କଙ୍ଗାରୁ ବାହିନୀ । ଆଜି ଯେମିତି ହେଲେ ମ୍ୟାଚ୍ ଜିତିବା ପାଇଁ କୋହଲି ଏଣ୍ଡ କୋ ଭରପୁର ଉଦ୍ୟମ କରିବେ । ବିଶେଷ କରି ଦିଶାହୀନ ବୋଲିଂ ଉପରେ ଗୁରୁତ୍ୱ ଦେବ ଦଳ । ସେପଟେ ପ୍ରଥମ ମ୍ୟାଚ୍ ଜିତିଥିବାରୁ ଅଷ୍ଟ୍ରେଲିଆର ମନୋବଳ ଦୃଢ ରହିଛି ।

Leave A Reply

Your email address will not be published.