ଢେଙ୍କାନାଳ : ଢେଙ୍କାନାଳ କାମାକ୍ଷାନଗର ମକୁଆକାଟେଣୀରେ ଦୁର୍ଘଟଣା । ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତକ ହେଲେ କାମାକ୍ଷାନଗର ଥାନା ସାରୁଆଳି ଗ୍ରାମର ଗୁରୁଚରଣ ବିଶ୍ବାଳ । ସେହିପରି ଗୁରୁତର ହେଲେ କଇରାଟାଙ୍ଗର ଗ୍ରାମର ବିଚିତ୍ର ଦେହୁରୀ । ଉଭୟ ବିରାଶାଳରୁ କାମ ସାରି ବାଇକ ଯୋଗେ ଘରକୁ ଫେରୁଥିବା ବେଳେ, ମକୁଆକାଟେଣିରେ ବିପରିତ ଦିଗରୁ ଆସୁଥିବା ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଗୁରୁତର ଅବସ୍ଥାରେ ୨ ଜଣଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଗୁରୁଚରଙ୍କର ମୃତ୍ୟୁ ହୋଇଥିଲା । କାମାକ୍ଷାନଗର ପୋଲିସ ଘଟଣାର ତଦନ୍ତ କରୁଛି ।
BREAKING NEWS
- ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ;ବାଇକ- ଟ୍ରକ ଧକ୍କାରେ ଗଲା ୫ଜୀବନ
- ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ
- ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
- Cyber Fraud: ଦୁଇ ବର୍ଷରେ ସାଇବର ଠକ ଲୁଟିଛନ୍ତି ୭୧୧ କୋଟି; ରିକଭରି ମାତ୍ର ୭ କୋଟି
- ପରଲୋକରେ ବରିଷ୍ଠ ସାମ୍ବାଦିକ ଆଶୁତୋଷ ମିଶ୍ର, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ
- ଧୋନୀଙ୍କ ପୋଷ୍ଟରେ ଉତର ରଖିଲେ ଗମ୍ଭୀର
- Cash Snatching: ବ୍ୟାଙ୍କ୍କୁ ଜମା ପାଇଁ ଗଲା ବେଳେ ୨ ଲକ୍ଷ ଝାମ୍ପିନେଲେ ଲୁଟେରା
- ସଚିବାଳୟରେ ଖାଲି ପଡ଼ିଛି ବଡ଼ବାବୁଙ୍କ ପଦବୀ, ଗୃହରେ ଚିନ୍ତାଜନକ ତଥ୍ୟ ରଖିଲେ ମୁଖ୍ୟମନ୍ତ୍ରୀ
- ସମ୍ପତ୍ତି ତାଲିକା ଦାଖଲ କରିବାକୁ ଡରୁଛନ୍ତି ସରକାରୀ କର୍ମଚାରୀ, ଏବେ ସୁଦ୍ଧା ଦେଇନାହାନ୍ତି ୧.୨୫ ଲକ୍ଷରୁ ଅଧିକ..
- ରାଜ୍ୟର ୩ଟି କୋର୍ଟକୁ ବୋମାରେ ଉଡାଇଦେବାକୁ ଧମକ, ତଦନ୍ତ ପରେ ସ୍ବାଭାବିକ ହେଲା ସମସ୍ତ କାର୍ଯ୍ୟ
Comments are closed.