Latest Odisha News

BREAKING NEWS

ପତ୍ନୀ ଉପରେ ରାଗି ଘରେ ନିଆଁ ଲଗାଇଦେଲା ପତି, ଜଳିପୋଡି ପାଉଁଶ ହୋଇଗଲା ୧୦ ଘର

ସତାରା: ମହାରାଷ୍ଟ୍ରର ସତାରାରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ପତ୍ନୀ ପଲ୍ଲବୀ ସହ ଝଗଡା ହେବା ପରେ ସଞ୍ଜୟ ପାଟିଲ ନାମକ ବ୍ୟକ୍ତିି ରାଗରେ ନିଜ ଘରେ ନିଆଁ ଲଗାଇ ଦେଇଥିଲା । ନିଆଁ ତାର କରାଳ ରୂପ ଧରିବା ପରେ ଅଟକାଇବା କଷ୍ଟକର ହୋଇ ପଡିଥିଲା । ଏହାର ପ୍ରଭାବରେ ପାଖାପାଖି ୧୦ ଘର ପୋଡି ପାଉଁଶ ହୋଇ ଯାଇଥିଲା ।

ପଡୋଶୀମାନେ ରାଗରେ ସଞ୍ଜୟ ପିଟିବା ପରେ ପୋଲିସରେ ଦେଇ ଦେଇଥିଲେ । ଏହି ଅଗ୍ନିକାଣ୍ଡରେ ୧କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତି ପୋଡି ହୋଇ ଯାଇଥିବା ଅନୁମାନ କରାଯାଉଛି । ପଲ୍ଲବୀ ମଧ୍ୟ ତାଙ୍କ ପତିଙ୍କ ନାମରେ ଥାନାରେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.