ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ରାଜଧାନୀ ୱାଶିଂଟନ୍ ଡି.ସି.ରେ ଘଟିଥିବା ଏକ ଚାଞ୍ଚଲ୍ୟକର ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ହ୍ୱାଇଟ୍ ହାଉସ୍ଠାରୁ ଅଳ୍ପ ଦୂରରେ ଥିବା ‘ଲୋଗାନ୍ ସର୍କଲ୍’ (Logan Circle) ଠାରେ ଘଟିଥିବା ଏହି ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଜଣେ ବନ୍ଧୁକଧାରୀ ପ୍ରଥମେ ଏକ ଜିମ୍ (gym) ଭିତରକୁ ପଶି ସେଠାରେ ଥିବା ଜଣେ ସଦସ୍ୟଙ୍କ ଉପରକୁ ଗୁଳି ଚଳାଇଥିଲା ଏବଂ ତା’ପରେ ବାହାରକୁ ଆସିଯାଇଥିଲେ। ଏହା ପରେ ରାସ୍ତାରେ ମଧ୍ୟ ଗୁଳି ଫୁଟିବାର ଶବ୍ଦ ଶୁଣିବାକୁ ମିଳିଥିଲା। ଏହି ଘଟଣା ପରେ ପୋଲିସ ସମଗ୍ର ଅଞ୍ଚଳକୁ ଘେରାଉ କରିଦେଇଛି ।
ପୋଲିସ୍ ନିଶ୍ଚିତ କରିଛି ଯେ ୧୫ତମ ଏବଂ ପି ଷ୍ଟ୍ରିଟ୍ ଏନ୍ଡବ୍ଲ୍ୟୁ (NW) ଅଞ୍ଚଳରେ କିଛି ଲୋକଙ୍କୁ ଗୁଳି କରାଯାଇଛି। ଆହତ ହୋଇଥିବା ଚାରି ଜଣ ବ୍ୟକ୍ତିଙ୍କୁ ଡାକ୍ତରଖାନା ନିଆଯାଇଛି । ଏପଟେ ମୃତ ବ୍ୟକ୍ତିଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ।
ATF ଜଣାଇଛି ଯେ, ପୋଲିସକୁ ସହାୟତା କରିବା ପାଇଁ ସେମାନେ ନିଜର ଏଜେଣ୍ଟମାନଙ୍କୁ ଘଟଣାସ୍ଥଳକୁ ପଠାଇଛନ୍ତି।
ବର୍ତ୍ତମାନ ପୋଲିସ ଆକ୍ରମଣକାରୀଙ୍କୁ ଖୋଜୁଛି। ଏହି ଘଟଣା ପଛର ଉଦ୍ଦେଶ୍ୟ ଏବଂ ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ବିସ୍ତୃତ ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।
