Latest Odisha News

BREAKING NEWS

ଯୁବତୀଙ୍କୁ କେନ୍ଦ୍ର କରି ସାଙ୍ଗଙ୍କ ମଧ୍ୟରେ କଳି: ଜଣେ ମୃତ, ଜଣେ ଗୁରୁତର

ନୂଆଦିଲ୍ଲୀ: ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ। ଯୁବତୀଙ୍କୁ କେନ୍ଦ୍ରକରି ଘଟିଛି ହତ୍ୟାକାଣ୍ଡ । ବନ୍ଧୁଙ୍କ ଛୁରାମାଡ଼ରେ ଜଣେ ମୃତ, ଜଣେ ଗୁରୁତର। ଘଟଣାଟି ଦିଲ୍ଲୀର ମଲକାଗଞ୍ଜଠାରେ ଘଟିଛି। ସୂଚନା ଅନୁଯାୟୀ, ରବିବାର ଜଣେ ଯୁବତୀଙ୍କୁ ନେଇ ୩ ବନ୍ଧୁଙ୍କ ମଧ୍ୟରେ ହୋଇଥିଲା କଳି। ଏହି ଘଟଣାକୁ କେନ୍ଦ୍ର କରି ପ୍ରିନ୍ସ (20) ଏବଂ ତାଙ୍କ ଭାଇ ମିହିର (21)ଙ୍କୁ ଛୁରା ମାଡ ମାରିଥିଲା ଅଭିଯୁକ୍ତ। ଘଟଣାରେ ପ୍ରିନ୍ସଙ୍କର ମୃତ୍ୟୁ ଘଟିଥିବା ବେଳେ ମିହିର ଏବେ ହସ୍ପିଟାଲରେ ଭର୍ତ୍ତି ଅଛନ୍ତି।

ପୋଲିସର ସୂଚନା ଅନୁଯାୟୀ, ପୂର୍ବରୁ ଜଣେ ଯୁବତୀଙ୍କୁ ନେଇ ତିନି ବନ୍ଧୁଙ୍କ ମଧ୍ୟରେ ବଚସା ହୋଇଥିଲା। କ୍ରୋଧରେ ଅଭିଯୁକ୍ତ ସିଦ୍ଧାର୍ଥ ପ୍ରିନ୍ସଙ୍କୁ ଘଟଣାସ୍ଥଳରେ ବାରମ୍ବାର ଛୁରି ଭୁସିଲା। ସେପଟେ ପ୍ରିନ୍ସଙ୍କର ଭାଇ ମିହିର ଏହାକୁ ପ୍ରତିବାଦ କରିବାରୁ ଅଭିଯୁକ୍ତ ମିହିରଙ୍କୁ ମଧ୍ୟ ଛାଡିନଥିଲା। ଘଟଣା ସମ୍ପର୍କରେ ପୋଲିସ ଖବର ପାଇଁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ସେପଟେ ଘଟଣାସ୍ଥଳରେ ଗୁରୁତର ଅବସ୍ଥାରେ ପଡିଥିବା ଦୁଇ ଭାଇଙ୍କୁ ତାଙ୍କ ସମ୍ପର୍କୀୟ ନିତେଶ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଡାକ୍ତର ପ୍ରିନ୍ସଙ୍କୁ ମୃତ ଘୋଷଣା କରିଥିବା ବେଳେ ମିହିର ବର୍ତ୍ତମାନ ଗୁରୁତର ଅଛନ୍ତି। ପୋଲିସର ଛାନବିନ ପରେ ଘଟଣାସ୍ଥଳରୁ ସିସିଟିଭି ଫୁଟେଜ ମିଳିଥିଲା। ଏହି ଆଧାରରେ ଅଭିଯୁକ୍ତ ସିଦ୍ଧାର୍ଥକୁ ଗିରଫ କଲା ପୋଲିସ। ପ୍ରାଥମିକ ତଦନ୍ତରୁ ଜଣାଯାଏ, ଉଭୟ ମୃତକ ଏବଂ ଅଭିଯୁକ୍ତ ମଲକାଗଞ୍ଜଠାରେ ପଡୋଶୀ ହୋଇ ରହୁଥିଲେ। ତେବେ ପୋଲିସ ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave A Reply

Your email address will not be published.