Latest Odisha News

BREAKING NEWS

ଭାରସାମ୍ୟ ହରାଇ ୩୦ ଫୁଟ୍ ତଳକୁ ଖସିପଡିଲା ଟିପ୍ପର; ଚାଳକ ମୃତ

ସୁନ୍ଦରଗଡ: ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ପାଡିଲା ଲୁହା ପଥର ବୋଝେଇ ଟିପ୍ପର। ଚାଳକ ମୃତ। ସୁନ୍ଦରଗଡ ଜିଲ୍ଲା ଚାନ୍ଦିପୋଷ ଥାନା ଅନ୍ତର୍ଗତ ଚମ୍ପାଝରଣ ମନ୍ଦିର ନିକଟରେ ଏକ ଲୁହାପଥର ବୋଝେଇ ଟିପ୍ପର ଭାରସାମ୍ୟ ହରାଇ ୩୦ ଫୁଟ ତଳକୁ ଖସି ପଡିଛି। ଏହି ଦୁର୍ଘଟଣାରେ ଟ୍ରାକ୍ଟର ଚାଳକଙ୍କ ମୃତ୍ୟୁ ଘଟିଛି ।

ଖବର ଅନୁଯାୟୀ, ଖଣ୍ଡାଧାରରୁ ଲୁହା ପଥର ବୋଝେଇ କରି ରାଉରକେଲା ଅଭିମୁଖେ ଆସୁଥିବା ଏହି ଟିପ୍ପର ଚମ୍ପାଝରଣ ମନ୍ଦିର ନିକଟରେ ନିୟନ୍ତ୍ରଣ ହରାଇ ରାସ୍ତାର୩୦ ଫୁଟ ତଳକୁ ଖସି ପଡ଼ିଥିଲା ।

ଏଥିରେ ଚାପି ହୋଇ ଏହାର ଚାଳକ କିଶୋର ବଡାଇକ (୩୦)ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା । ଖବର ପାଇ ଚାନ୍ଦିପୋଷ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Leave A Reply

Your email address will not be published.