Latest Odisha News

ଲକ୍ଷ୍ନୌ ଚାରବାଗ ଷ୍ଟେସନ ନିକଟରେ ଲାଇନଚ୍ୟୁତ ହେଲା ସହିଦ ଏକ୍ସପ୍ରେସ

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ରେଳ ଧାରଣାରୁ ତଳକୁ ଖସିଲା ସହିଦ ଏକ୍ସପ୍ରେସର ଦୁଇଟି ବଗି । ଲକ୍ଷ୍ନୌ ଚାରବାଗ ଷ୍ଟେସନ ନିକଟରେ ସକାଳ ପାଖାପାଖା ୭ଟା ୪୫ ମିନିଟରେ ଏହି ଦୁର୍ଘଟଣା ଘଟିଛି । ତେବେ ଏଥିରେ କାହାର କୌଣସି କ୍ଷତି ହୋଇ ନାହିଁ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସେତେବେଳେ ଦୁଇଟି ବଗିରେ ୧୫୫ ଜଣ ଯାତ୍ରୀ ଥିଲେ ।

BjdElectrycity

ଅମୃତସରରରୁ ଜୟନଗର ଯାଉଥିବା ସହିଦ ଏକ୍ସପ୍ରେସ (ଟ୍ରେନ ନମ୍ବର-୧୪୬୭୪)ର ଦୁଇଟି ବଗି ଲାଇନଚ୍ୟୁତ ହୋଇଥିଲା । ଘଟଣାସ୍ଥଳରେ ରେଲଓ୍ୱେର ବିଶେଷଜ୍ଞ ଟିମ୍ ପହଞ୍ଚି ବଗିକୁ ଲାଇନକୁ ଆଣିବା କାମ ଆରମ୍ଭ କରିଛନ୍ତି । ତେବେ ଏହି ଘଟଣାକୁ ନେଇ ଯାତ୍ରୀ କିଛି ସମୟ ପାଇଁ ଆତଙ୍କିତ ହୋଇ ପଡ଼ିଥିଲେ । କେମିତି ଓ କେଉଁ ପରିସ୍ଥିତିରେ ଟ୍ରେନ୍ ଲାଇନଚ୍ୟୁତ ହେଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

Leave A Reply

Your email address will not be published.