Latest Odisha News

BREAKING NEWS

୧୦ ମାସ ପରେ ଆଜିଠୁ ଦିଲ୍ଲୀରେ ଖୋଲିଲା ସ୍କୁଲ

ନୂଆଦିଲ୍ଲୀ: କୋଭିଡ୍ କଟକଣା ଭିତରେ ଆଜିଠୁ ଦିଲ୍ଲୀରେ ଖୋଲିଲା ସ୍କୁଲ । ଦୀର୍ଘ ୧୦ ମାସ ପରେ ସ୍କୁଲ ଖୋଲିଛି । କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପାଇଁ ଖୋଲିଛି । ସେମାନଙକ୍ ପାଇଁ କ୍ଲାସରୁମରେ ପାଠପଢ଼ା ହେଉଛି । କେମିତି ସ୍କୁଲ ଖୋଲିବ ସେନେଇ ସରକାର ଜାରି କରିଛନ୍ତି ଏସଓପି ।

ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ସ୍କୁଲ ପ୍ରବେଶ ପଥରେ ଥର୍ମାଲ ସ୍କ୍ରିନିଂ କରାଯାଉଛି । ସାନିଟାଇଜ ପରେ ପିଲାମାନେ କ୍ଲାସରୁମ ଭିତରକୁ ଯାଉଛନ୍ତି । ଗୋଟିଏ ଶ୍ରେଣୀ ଗୃହକୁ ଦୁଇଟି ଗ୍ରୁପରେ ଭାଗ କରାଯାଇଛି । ଗୋଟିଏ କ୍ଲାସରୁମରେ ୧୦-୧୫ ଜଣ ପିଲା ବସିବେ ।


ସକାଳ ୯ଟାରୁ ପାଠପଢ଼ା ଆରମ୍ଭ ହେବ । ସାଢ଼େ ୧୨ଟାରେ ସରିବ । ବିଦ୍ୟାଳୟରେ ପ୍ରାର୍ଥନା ସଭା ହେବ ନାହିଁ । ଏବେ ଚାଲିବ ନାହିଁ ସ୍କୁଲ ବସ । କରୋନା ଯୋଗୁ ଦୀର୍ଘ ୧୦ ମାସ ହେବ ଦିଲ୍ଲୀରେ ବନ୍ଦ ରହିଥିଲା ସ୍କୁଲ ।

Leave A Reply

Your email address will not be published.