Latest Odisha News

BREAKING NEWS

କେନ୍ଦୁଝର: ଓଲଟିଲା ନଳକୂପ ଖନନ ଗାଡି, ଜଣେ ଶ୍ରମିକ ମୃତ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବଂସପାଳ ବ୍ଲକ୍ ଅନ୍ତର୍ଗତ କାଞ୍ଜିପାଣି ଥାନା ନିକଟସ୍ଥ କାଞ୍ଜିପାଣି ଘାଟିରେ ସୋମବାର ବିଳମ୍ବିତ ରାତିରେ ଏକ ନଳକୂପ ଖନନ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଛି ।

ଏହି ଦୁର୍ଘଟଣାରେ ୭ଜଣ ଆହତ ହୋଇଥିବାବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ଆହତ ମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦୁଝରରୁ ତେଲକୋଇ ଆସୁଥିବା ବେଳେ କାଞ୍ଜିପାଣି ଘାଟି ନିକଟରେ ନଳକୂପ ଖୋଳା ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ସ୍ଥାନୀୟ ଅଞ୍ଚଳରେ ବୋରିଂ ଖୋଳିବାକୁ ଯାଉଥିବା ବେଳେ ଏହି ଅଘଟଣ ଘଟିଥିବା ନେଇ ଜଣାପଡିଛି ।

ତେବେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଆହତମାନଙ୍କୁ ହସ୍ପିଟାଲରେ ଭତ୍ତି କରି ଏକ ତଦନ୍ତ ଆରମ୍ଭ କରିଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.