Latest Odisha News

BREAKING NEWS

ବୀରତ୍ୱର ପ୍ରତୀକ ସ୍ୱରୂପ ଆଜି ପାଳିତ ହେଉଛିି ‘ନୌସେନା ଦିବସ’

ଭୁବନେଶ୍ୱର : ଆଜି ନୌସେନା ଦିବସ । ୧୯୭୧ ମସିହା ଡିସେମ୍ବର ୪ ତାରିଖ ଆଜିର ଦିନରେ ଭାରତ-ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ବୀରତ୍ୱର ପ୍ରତୀକ ସ୍ୱରୂପ ‘ନୌସେନା ଦିବସ’ ପାଳନ କରାଯାଉଅଛିି ।

ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ୱିଟ୍ କରି ଭାରତୀୟ ନୌସେନାକୁ ଅଭିବାଦନ ଜଣାଇଛନ୍ତି ।

୧୯୭୧ ମସିହା ଡିସେମ୍ବର ୩ ତାରିଖରେ ପାକିସ୍ତାନ ସେନା ଭାରତର ବିମାନ ଘାଟି ଓ ସୀମାବର୍ତ୍ତୀ କ୍ଷେତ୍ର ଉପରେ ଆକ୍ରମଣ କରିଥିଲା । ଏହାର ପ୍ରତି ଜବାବରେ ଡିସେମ୍ବର ୪ ତାରିଖରେ ଭାରତୀୟ ନୌସେନାର ଯୁଦ୍ଧ ଜାହାଜ ଏବଂ ପାଣ୍ଡୁବି ସହାୟତାରେ ପାକିସ୍ତାନର ଲାଇଫ ଲାଇନ କୁହାଯାଉଥିବା କରାଚୀ-ବନ୍ଦରଗାହକୁ ଧ୍ୱଂସ କରିଦେଇଥିଲା ।

ପାକିସ୍ତାନ ସେନାର ମୁକାବିଲା କରିବା ପାଇଁ ଭାରତୀୟ ସେନା ପକ୍ଷରୁ ଅପରେସନ ‘ଟ୍ରାଇଡେଣ୍ଟ୍’ ଆରମ୍ଭ କରାଯାଇଥିଲା । ଅପରେସନ ‘ଟ୍ରାଇଡେଣ୍ଟ୍’ ଅନୁଯାୟୀ ଭାରତ ପୂର୍ବ ପାକିସ୍ତାନ(ବାଂଲାଦେଶ)କୁ ସେହିଦିନ ପାକିସ୍ତାନ ଠାରୁ ଅଲଗା କରିଦେଇଥିଲା ।

ଏହି ଯୁଦ୍ଧ ସମୟରେ ପାକିସ୍ତାନର ଏକ ତେଲ ଟ୍ୟାଙ୍କର ମଧ୍ୟ ଧ୍ୱଂସ ହୋଇଯାଇଥିଲା । ଆହୁରି ମଧ୍ୟ ଏହି ଯୁଦ୍ଧରେ ଭାରତୀୟ ନୌସେନା ନିଜ ବୀରତ୍ୱର ପରାକାଷ୍ଠା ଦେଖାଇ ଏକ ଇତିହାସ ରଚିଥିଲା ।

ଆଜିର ଏହି ନୌସେନା ଦିବସ ଅବସରରେ ଟ୍ୱିଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ନୌସେନାର ସମସ୍ତ କାର୍ଯ୍ୟରତ ବ୍ୟକ୍ତିବିଶେଷ ଏବଂ ତାଙ୍କର ପରିବାର ବର୍ଗଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି ।

ଭାରତୀୟ ପ୍ରତିରକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଭାରତୀୟ ନୌସେନା ଉପରେ ନ୍ୟସ୍ତ ଥିବାବେଳେ ପ୍ରାକୃତିକ ଦୂର୍ବିପାକ ସମୟରେ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରି ସମଗ୍ର ଜାତିକୁ ଗୌରବାନ୍ୱିତ କରିପାରିଛି ।

Leave A Reply

Your email address will not be published.