Latest Odisha News

BREAKING NEWS

[ଭିଡିଓ] ବିରିଆନୀ ପାଇଁ ଦେଢ କି.ମି ଲମ୍ବା ଲାଇନ୍ !

କର୍ଣ୍ଣାଟକ: କରୋନା ସ୍ଥିତିରେ ଆପଣ ବିରିଆନୀ ପାଇଁ ଘଣ୍ଟାଘଣ୍ଟା ଧରି ଲାଇନରେ ଛିଡା ହେବାକୁ ପସନ୍ଦ କରିବେ କି ? ଆମ ମଧ୍ୟରୁ ଅନେକ ଏହି ପ୍ରଶ୍ନର ଉତ୍ତର ନା ଦେବାକୁ ପସନ୍ଦ କରିବେ । ହେଲେ ଏପରି ବି କିଛି ଲୋକ ଅଛନ୍ତି, ଯିଏ କି ବିରିଆନୀ ପାଇଁ ଦେଢ କିମି ଲମ୍ବା ଲାଇନରେ ଛିଡା ହେବାକୁ କୁଣ୍ଠାବୋଧ କରନ୍ତି ନାହିଁ ।

କର୍ଣ୍ଣାଟକର ହୋସ୍‌କୋଟେ ଅଂଚଳରେ ଲୋକେ ଖୁସୀଖୁସୀ ବିରିଆନୀ ପାଇଁ ଘଣ୍ଟାଘଣ୍ଟା ଧରି ଛିଡା ହୋଇଥାନ୍ତି । ନ୍ୟୁଜ ଏଜେନ୍ସି ଏଏନଆଇର ଏହି ଭିଡିଓରେ ଆପଣ ସ୍ପଷ୍ଟ ଭାବେ ବିରିଆନୀ ପ୍ରେମର ଝଲକ ଦେଖିପାରୁଥିବେ । ବେଶ ସୁନ୍ଦର ଭାବେ ବିନା କୌଣସି ଧସ୍ତାଧସ୍ତିରେ ଲୋକେ ମାସ୍କ ପିନ୍ଧି ଧାଡି ବାନ୍ଧି ଛିଡା ହୋଇଛନ୍ତି । ଅଥଚ ଏଭଳି ସ୍ଥିତିରେ ସାମାଜିକ ଦୂରତ୍ୱର କୌଣସି ଚିହ୍ନବର୍ଣ୍ଣ ନାହିଁ ।

ଜାଣି ଆଶ୍ଚର୍ଯ୍ୟ ହେବେ ଭୋର ୪ଟାରୁ ଲୋକେ ଏଠି ବିରିଆନୀ ପାଇଁ ଛାଡି ହୋଇଥାନ୍ତି । ଅନ୍ୟପଟେ ବିରିଆନୀ ଦୋକାନଟି ୨୨ ବର୍ଷ ପୁରୁଣା ହୋଇଥିଲାବେଳେ ପାରମ୍ପରିକ ଢଙ୍ଗରେ ଏଠି ବ୍ୟଂଜନ ପ୍ରସ୍ତୁତ ହୋଇଥାଏ । ଦୋକାନର ନାଁ ଆନନ୍ଦ ଦମ୍ ବିରିଆନୀ । ଦୈନିକ ଏହି ଦୋକାନରେ ୧ରୁ ୨ କୁଇଣ୍ଟାଲ ବିରିଆନୀ ବିକ୍ରୟ ହୋଇଥାଏ ।

ଲକଡାଉନ୍ ପର୍ଯ୍ୟାୟ ସରିବା ପରେ ଏହି ଦୋକାନରେ ପ୍ରାୟ ୨୫ ପ୍ରତିଶତ ବ୍ୟବସାୟ ଅଧିକ ବଢିଛି । ହେଲେ ଲୋକଙ୍କର ଏହି ଲମ୍ବା ଲାଇନ୍ ନିଶ୍ଚିତ ଭାବେ କରୋନାକୁ ଯେ ଆମନ୍ତ୍ରଣ କରୁଛି, ଏଥିରେ କୌଣସି ସନ୍ଦେହ ନାହିଁ । ସୋସିଆଲ ମିଡିଆରେ ଏହି ଭିଡିଓଟି ଏବେ ଖୁବ ଭାଇରାଲ୍ ହୋଇଛି ।

Leave A Reply

Your email address will not be published.