Latest Odisha News

BREAKING NEWS

ଲଣ୍ଡନରେ ସମ୍ମାନିତ ହେଲେ ଓଡ଼ିଆ ଶିକ୍ଷକ: ମିଳିଲା ୱାର୍ଲଡ ବୁକ ଅଫ ରେକର୍ଡ ସମ୍ମାନ

ବାଲେଶ୍ୱର: ଶିକ୍ଷା କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ଶିକ୍ଷକ ପିତାମ୍ବର ଖିଲାରଙ୍କୁ ଲଣ୍ଡନରେ ୱାର୍ଲଡ ବୁକ ଅଫ ରେକର୍ଡସ ଦ୍ୱାରା ସମ୍ମାନିତ କରାଯାଇଛି । ମଣିଷର ସେବା ପାଇଁ ଶିକ୍ଷାର ବିକାଶ ଉପରେ ତାଙ୍କର ଅତୁଳନୀୟ ଅବଦାନ ରହିଥିବାରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ।
ବାହନଗାର କ୍ଷେତ୍ରମୋହନ ହାଇସ୍କୁଲର ଶିକ୍ଷକ ଖିଲାର ଗତ ଅଗଷ୍ଟରେ ୨୮୦ ପୃଷ୍ଠାର ଏକ ଆର୍ଟିକିଲ ଲେଖିଥିଲେ । ଭାରତୀୟ ଶିକ୍ଷା ବ୍ୟବସ୍ଥା କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହେଉଛି ଏବଂ ଏହାର ସମାଧାନ କିପରି କରାଯିବ ସେ ବିଷୟରେ ତାଙ୍କ ଆର୍ଟିକିଲରେ ପ୍ରକାଶ କରିଛନ୍ତି ।
ଏହାବ୍ୟତୀତ ତାଙ୍କର ଏହି ଲେଖାକୁ ନେଇ ସେ ଏକ ଡକ୍ୟୁମେଣ୍ଟାରୀ ମଧ୍ୟ କରିଛନ୍ତି ଯାହା ତାଙ୍କ ବିଶ୍ୱ ରେକର୍ଡକୁ ଅଧିକ ପ୍ରଭାବିତ କରିଛି । ଏହି ସଫଳତା ପାଇଁ ତାଙ୍କୁ ଅକ୍ଟୋବର ୨୯ ତାରିଖରେ ଦିଲ୍ଲୀରେ ସମ୍ମାନିତ କରାଯାଇଛି ।
ପ୍ରାୟ ୧୫ଟି ଦେଶର ଶିକ୍ଷାବିଦ ଏବଂ ସମୀକ୍ଷକଙ୍କ ଉପସ୍ଥିତିରେ ତାଙ୍କୁ ଏହି ସାର୍ଟିଫିକେର୍ଟ ପ୍ରଦାନ କରାଯାଇଥିଲା । RELTTAW ର ପ୍ରତିଷ୍ଠାତା ରୋମାନିଆର କୋରନିଆ ସୁଜଦେ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିଲେ । ପରେ ଲଣ୍ଡନରେ ୱାର୍ଲଡ ବୁକ ଅଫ ରେକର୍ଡ ପକ୍ଷରୁ ଆୟୋଜିତ ଏକ ସମ୍ମିଳନୀକୁ ଖିଲାରଙ୍କୁ ନିମନ୍ତ୍ରିତ କରାଯାଇଥିଲା । ଏହି ସମ୍ମିଳନୀରେ ୭ଟି ଦେଶର ପ୍ରାୟ ୪୫ ଜଣ ପ୍ରତିନିଧି ଯୋଗ ଦେଇଥିଲେ । ଭାରତ ପକ୍ଷରୁ ଶ୍ରୀ ଖିଲାର ପ୍ରତିନିଧିତ୍ୱ କରିଥିଲେ ।
ଖିଲାର ମଧ୍ୟ ପ୍ରାଇମ ଟାଇମ ରିସର୍ଚ୍ଚ ମେଡିଆ ପୁରସ୍କାର ମଧ୍ୟ ପାଇଛନ୍ତି । ଏହାବ୍ୟତୀତ ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଗବେଷଣା ପାଇଁ ତାଙ୍କୁ ୟୁନେସ୍କୋ ପକ୍ଷରୁ ମଧ୍ୟ ସମ୍ମାନିତ କରାଯାଇଥିଲା । ଖିଲାର କହିଛନ୍ତି, ସମାଜରୁ ଅନ୍ଧ ବିଶ୍ୱାସ ଦୂରେଇବା ପାଇଁ ସେ ସବୁବେଳେ ଚେଷ୍ଟା କରି ଆସୁଛନ୍ତି । ଏଥି ସହିତ ଶିକ୍ଷାରୁ ବଞ୍ଚିତ ଲେକାଙ୍କୁ ଉପଯୁକ୍ତ ଶିକ୍ଷା ମାଧ୍ୟମରେ ମୁଖ୍ୟ ସ୍ରୋତରେ ମିଶାଇବା ପାଇଁ ଚେଷ୍ଟା କରି ଆସୁଛି ।

Leave A Reply

Your email address will not be published.