Latest Odisha News

BREAKING NEWS

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ ଓ ୨ ଗୁରୁତର

ରାୟଗଡା: ରାୟଗଡା ଜିଲ୍ଲାର ଟିକିରି ନିକଟସ୍ତ ଡୁଡୁକାବାହାଲ ପଞ୍ଚାୟତ ଅନ୍ତର୍ଗତ କୁନ୍ଦୁପୁଟ ଗ୍ରାମରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବା ସହ ୨ ଗୁରୁତର ଆହତ ହୋଇଛନ୍ତି ।

ମୃତ ବ୍ୟକ୍ତି ସ୍ଥାନୀୟ କୁନ୍ଦୁପୁଟ ଗ୍ରାମର ସୁଧିର ମାଝି ବୋଲି ଜଣାପଡିଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କେହି ବ୍ୟକ୍ତି ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛା ଯାଇଥିଲା । ରାତି ପ୍ରାୟ ୨ ଘଣ୍ଟା ସମୟରେ ସୁଧିର ନିଜ ଶ୍ଵଶୁର ଘର ପାନବନ୍ଧ ଠାରୁ ଫେରୁଥିବା ସମୟରେ ଦୁର୍ଭାଗ୍ୟବଶତଃ ସେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଯାଇଥିଲେ । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏପରିକି ତାଙ୍କ ସାଙ୍ଗରେ ଥିବା ବାଲିଆଖଡା ଗ୍ରାମର ୨ଜଣ ଗୁରୁତର ଆହତ ହୋଇଛନ୍ତି।

ତେବେ ପ୍ରାୟ ସବୁ ସମୟରେ ଉକ୍ତ ଅଞ୍ଚଳରେ ଏମିତି ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଥିବା ଅଭିଯୋଗ କରି ଏହି ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଅଞ୍ଚଳ ବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.