Latest Odisha News

ଭୁଶୁଡ଼ିଲା ନିର୍ମାଣାଧୀନ ହୋଟେଲର ଛାତ, ଜଣେ ମୃତ

ଢେଙ୍କାନାଳ: ଢେଙ୍କାନାଳ ସହର ଅନ୍ତର୍ଗତ ମହିଷାପାଟରେ ୫୫ ନମ୍ବର ନ୍ୟାସନାଲ ହାଇ ୱେ କଡ଼ରେ ଥିବା ଏକ ନିର୍ମାଣାଧୀନ ୫ ମହଲା ବିଶିଷ୍ଟ ହୋଟେଲର ଛାତ ଭୁଶୁଡିଛି।ଏହି ଦୁର୍ଘଟଣାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।  ନିର୍ମାଣାଧୀନ କୋଠା ପୋର୍ଟିକର ଛାତ ପଡ଼ୁଥିବା ବେଳେ ତାହା ଭୁଶୁଡ଼ି ପଡ଼ିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କଂକ୍ରିଟ ତଳେ ଆହୁରି ତିନିରୁ ଚାରି ଜଣ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି।

 

ଖବର ପାଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ପୁଲିସ ଅଧିକାରୀମାନେ ସେଠାରେ ଉପସ୍ଥିତ ଅଛନ୍ତି। ଗୁରୁତର ଭାବରେ ଆହତ ହୋଇଥିବା ଶ୍ରମିକଙ୍କ ମଧ୍ୟରୁ ଜଣଙ୍କର ଦୁଇଟି ଯାକ ହାତ କଟି ଯାଇଛି। ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବ ପରେ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଉଦ୍ଧାର କାର୍ଯ୍ୟରେ ଦୁଇଟି ଜେସିବି ଓ ଗୋଟିଏ ହାଇଡ୍ରା ନିୟୋଜିତ ହୋଇଛନ୍ତି। ରାତି ସମୟରେ ରେସକ୍ୟୁ ଚାଲିଥିବାରୁ  ଏଥିରେ ବିଳମ୍ବ ହେଉଥିବା ଜାଣିବାକୁ ମିଳିଛି। ଘଟଣାସ୍ଥଳରେ ଜିଲ୍ଲାପାଳ ଓ ଏସପି ପହଞ୍ଚି ସ୍ଥିତି ତଦାରଖ କରିଛନ୍ତି। ଅଘଟଣର ତଦନ୍ତ ସହ ନିମ୍ନମାନର କାମ ଜଣାପଡ଼ିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ-ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.