Latest Odisha News

BREAKING NEWS

ନୂଆପଡ଼ା: ସଡକ ଦୁର୍ଘଟଣାରେ ୧ ମୃତ, ୨୪ ଗୁରୁତର ଆହତ

ନୂଆପଡ଼ା : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଜୁନାନି ଗ୍ରାମରେ ବୁଧବାର ଦିନ ଏକ ମିନି ଟ୍ରକ୍ ଓଲଟି ପଡିବା ଫଳରେ ଜଣଙ୍କର ମୃତ୍ୟୁ ହେବା ସହ ୨୪ ଜଣ ଆହତ ହୋଇଛି ।

ମୃତକଙ୍କ ନାମ ଅଭୟକାନ୍ତ ନାୟକ ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଉକ୍ତ ମିନିଟ୍ରକ ଯୋଗେ ପ୍ରାୟ ୩୦ରୁ ଅଧିକ ଶ୍ରମିକ ନିକଟସ୍ଥ କଣ୍ଟାବାଜି ରେଲୱେ ଷ୍ଟେସନ ଯାଉଥିବାବେଳେ କୌଣସି କାରଣବଶତଃ ଡ୍ରାଇଭର ଜଣକ ଭାରସାମ୍ୟ ହରାଇଥିଲା । ଫଳରେ ଏନଏଚ୍ ୩୫୩ ନିକଟରେ ଗାଡିଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଅନ୍ୟପକ୍ଷରେ ଆହତମାନଙ୍କ ମଧ୍ୟରେ ୫ଜଣ ଗୁରୁତର ଆହତ ହୋଇଥିବା ନେଇ ଜଣାପଡିଛି । ଏଥିସହିତ ସମସ୍ତ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply

Your email address will not be published.