Latest Odisha News

BREAKING NEWS

ଭାରତ ସମ୍ମୁଖରେ ବିଜୟ ଲକ୍ଷ୍ୟ ୨୨୦

ୱେଲିଂଟନ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ୱେଲିଂଟନଠାରେ ଆରମ୍ଭ ହୋଇଛି ୧ମ ଟି-୨୦ ମ୍ୟାଚ୍ । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି କିୱି ଦଳ ନିର୍ଦ୍ଦାରିତ ୨୦ ଓଭରରେ ୨୧୯ ରନ କରିଛି ।

ଏବେ ସୁଦ୍ଧା ଭାରତ ୫ ଓଭର ଖେଳ ଶେଷ ସୁଦ୍ଧା ୨ଟି ୱିକେଟ ହରାଇ କରିଛି ୫୧ ରନ । ଶିଖର ଧାୱନ ୧୮ ଟି ବଲରୁ ୩ଟି ବିଶାଳ ଛକା ମାରି କରିଛନ୍ତି ୨୯ ରନ । ବିଜୟ ଶଙ୍କର ୧୦ ରନ କରି ଖେଳୁଥିବା ବେଳେ ଓପନର୍ ରୋହିତ ଶର୍ମା ୧ ରନ କରି ଦୁର୍ଭାଗ୍ୟଜନକ ଭାବେ ଆଉଟ ହୋଇଛନ୍ତି ।

ନ୍ୟୁଜିଲାଣ୍ଡ ମୋଟ ୨୧୯ ରନ କରିଥିବା ବେଳେ ଦଳ ପକ୍ଷରୁ ଟିମ୍ ସିଫର୍ଟ ସର୍ବାଧିକ ୮୪ ରନ କରିଛନ୍ତି । ସେ ମାତ୍ର ୪୩ ବଲ ଖେଳିଥିବା ବେଳେ ୬ଟି ବିଶାଳ ଛକା ଏବଂ ୭ଟି ଚୌକା ବଳରେ ଏହି ସ୍କୋର ହାସଲ କରିଛନ୍ତି ।

ଭାରତୀୟ ବୋଲର୍ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଏବଂ ଅନ୍ୟ ସମସ୍ତ ବୋଲର୍ ଗୋଟିଏ କରି ୱିକେଟ ହାସଲ କରିଛନ୍ତି ।

ଭାରତୀୟ ଟି-୨୦ ଦଳ: ରୋହିତ ଶର୍ମା (ଅଧିନାୟକ), ଶିଖର ଧାୱନ, ମହେନ୍ଦ୍ର ସିଂହ ଧୋନୀ, ଦୀନେଶ କାର୍ତ୍ତିକ, ହାର୍ଦ୍ଦିକ ପାଣ୍ଡ୍ୟା, କ୍ରୁନାଲ ପାଣ୍ଡ୍ୟା, କେଦାର ଯାଦବ, ଶୁବମନ ଗିଲ୍, ଋଷଭ ପନ୍ଥ, ଭୁବନେଶ୍ୱର କୁମାର, ଖଲିଲ୍ ଅହମ୍ମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ ।

ନ୍ୟୁଜିଲାଣ୍ଡ ଟି-୨୦ ଦଳ: କେନ୍ ୱିଲିୟମସ (ଅଧିନାୟକ), ଟିମ୍ ସିଫର୍ଟ, ରସ୍ ଟେଲର, ଜେମ୍ସ ନିସାମ, କଲିନ୍ ମୁନରୋ, ମିଚେଲ୍ ସାଣ୍ଡନର, ସ୍କଟ କୁଗେଲିନ, ଡ଼ଗ୍ ବ୍ରାସୱେଲ, ଲୋକି ଫର୍ଗୁସନ, ଟିମ୍ ସାଉଦି, ଈଶ୍ ସୋଢି ।

Leave A Reply

Your email address will not be published.