Latest Odisha News

BREAKING NEWS

ବିଜେଡିରେ ସାମିଲ ହେଲେ ପୂର୍ବତନ କଂଗ୍ରେସ ନେତା ଯୋଗେଶ ସିଂହ

ଭୁବନେଶ୍ୱର : ସୁନ୍ଦରଗଡ଼ ପୂବର୍ତନ ବିଧାୟକ ଯୋଗେଶ ସିଂହ କଂଗ୍ରେସ ଦଳରୁ ଇସ୍ତଫା ଦେବା ପରେ ବୁଧବାର ଦିନ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି ।

ଯୋଗେଶ ସିଂହ ନିଜର ସମର୍ଥକଙ୍କ ଗହଣରେ ଆସି ବିଜେଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏବଂ ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସେ ବିଧିବଦ୍ଧ ଭାବେ ଶାସକ ଦଳ ବିଜେଡି (ବିଜୁ ଜନତା ଦଳ)ରେ ସାମିଲ ହୋଇଛନ୍ତି ।

ବିଜେଡି ଦଳରେ ଯୋଗେଶ ସିଂହ ସାମିଲ ହେବା ପରେ ପଶ୍ଚିମ ଓଡିଶାରେ ଦଳର ସଙ୍ଗଠନ ମଜଭୁତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ।

ସୂଚନାଯୋଗ୍ୟ, ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶ ନେତୃତ୍ୱକୁ ପ୍ରଶଂସା କରିବା ଫଳରେ ଦଳ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଅନ୍ୟପକ୍ଷରେ ଯୋଗେଶ ଉକ୍ତ ନୋଟିସର ଜବାବ ନଦେବାରୁ ଜାନୁଆରୀ ୧୭ ତାରିଖରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ତାଙ୍କୁ ଦଳରୁ ବହିଷ୍କୃତ କରିଥିଲେ ।

ଦଳରୁ ନିଲମ୍ବନ ହେବାର ଗୋଟିଏ ଦିନ ପରେ, ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହ କଂଗ୍ରେସରୁ ଇସ୍ତଫା ପ୍ରଦାନ କରିଥିଲେ । ବିଧାୟକ ଯୋଗେଶ ସିଂହ ପାର୍ଟି ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତଥା ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିକଟକୁ ତାଙ୍କର ଇସ୍ତଫା ପତ୍ର ପଠାଇଥିଲେ ।

Leave A Reply

Your email address will not be published.