Latest Odisha News

BREAKING NEWS

କାରଖାନାରେ ଫାଟିଲା ଗ୍ୟାସ୍ ସିଲିଣ୍ଡର, ଜଣେ ମୃତ ଓ ୩ ଜଣ ଆହତ

ଝାରସୁଗୁଡ଼ା: କାରଖାନାରେ ଫାଟିଲା ୱେଲ୍‌ଡିଂ ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଣେ ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଆହତ ହୋଇଛନ୍ତି । ଝାରସୁଗୁଡା ଜିଲ୍ଲା କୋଲାବିରା ଥାନା ରଘୁନାଥପାଲ୍ଲୀରେ ଥିବା ଜୟ ହନୁମାନ କାରଖାନାରେ ଭୋର ସମୟରେ ଏହି ଅଘଟଣ ଘଟିଛି ।

କାରଖାନାର କିଲନ ବିଭାଗରେ କାମ ଚାଲିଥିବା ବେଳେ ଭୋର ୪ଟାରେ ଗ୍ୟାସ୍ ସିଲିଣ୍ଡର ଫାଟିଯାଇଥିଲା । ଏତିକିବେଳେ ସେଠାରେ ଥିବା ସିକ୍ୟୁରିଟି ଗାର୍ଡଙ୍କର ମୃତ୍ୟୁ ହୋଇଛ । ତାଙ୍କ ନାଁ ଶୈଳେଶ ସାହୁ ।

ଅନ୍ୟ ୩ ଆହତଙ୍କ ମଧ୍ୟରୁ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କର ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ଚାଲିଛି ।

Comments are closed, but trackbacks and pingbacks are open.