Latest Odisha News

BREAKING NEWS

ଶେହନାଜ୍ ଗିଲଙ୍କ ବର୍ଥ ଡ଼େ

ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲଙ୍କୁ କିଏ ବା ନଜାଣିଛି । ନିଜର ଅଭିନୟ ଦ୍ୱାରା ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିିତିଥିବା ଶେହନାଜ୍ ତାଙ୍କ ଚୁଲବୁଲି ଅନ୍ଦାଜ ପାଇଁ ବେଶ୍ ପରିଚିତ ହୋଇପାରିଛନ୍ତି । ବିଗ ବସରେ ‘ପଞ୍ଜାବ କି କ୍ୟାଟରୀନା’ ନାମରେ ପ୍ରସିଦ୍ଧ ଲାଭ କରିଥିବା ଶେହନାଜଙ୍କ ଟିଭି ଇଣ୍ଡଷ୍ଟ୍ରିରେ ନାମ ରହିଛି । ଶେହନାଜ ଗିଲ୍ ପାଇଁ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ । ଆଜି ତାଙ୍କର ଜନ୍ମଦିନ । ହେଲେ ଆଜି ଦିନଟି ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରିନି କାରଣ ସିଦ୍ଧାର୍ଥ ଶୁକ୍ଲା ତାଙ୍କ ପାଖରେ ଏବେ ନାହାନ୍ତି । ହେଲେ ଶେହନାଜଙ୍କୁ ସ୍ପେଶାଲ ଅନୁଭବ କରାଇବା ପାଇଁ ତାଙ୍କୁ ପସନ୍ଦ କରୁଥିବା ଫ୍ୟାନମାନେ ଜନ୍ମଦିନ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

BjdElectrycity

ଶେହନାଜ ଗିଲ ଆଜି ୨୯ବର୍ଷର ହୋଇଯାଇଛନ୍ତି । ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ସେ ସନା ନାମରେ ପ୍ରସିଦ୍ଧ ଶେହନାଜଙ୍କ ବିଶେଷ ପରିଚୟ ସଲମାନ ଖାନଙ୍କ ଶୋ ବିଗ ବସ ୧୩ରୁ ମିଳିଛି । ଏହି ଶୋ’ରେ ସିଦ୍ଧାର୍ଥ ଶୁକ୍ଲାଙ୍କ ସହିତ ତାଙ୍କ ବନ୍ଧୁତା ଏବଂ କେମିଷ୍ଟ୍ରିକୁ ଲୋକେ ବହୁତ ପସନ୍ଦ କରିଥାନ୍ତି । ଫ୍ୟାନ୍ସ ଏହି କପଲଙ୍କୁ ସିଦନାଜ୍ ନାମରେ ଅଧିକ ଭଲ ପାଇବା ଦେଇଛନ୍ତି । ଆଜିର ଏହି ସ୍ୱତନ୍ତ୍ର ଦିନରେ ସୋସିଆଲ ମିଡ଼ିଆରେ ଫ୍ୟାନ୍ସ ଶୁଭେଚ୍ଛା ଜଣାଇବା ସହ ତାଙ୍କ ଭାଇ ଶହବାଜ ସନା ନାମରେ ଏକ ପୋଷ୍ଟ କରିଛନ୍ତି ।

ଏହି ପୋଷ୍ଟରେ ଭାଇ ଶେହନାଜଙ୍କ ବିଗ ବସ ଯାତ୍ରାକୁ ତାଙ୍କୁ ମନେପକାଇଛନ୍ତି । ଯେତେବେବେଳ ଶେହେନାଜଙ୍କୁ ସମର୍ଥନ କରିବା ପାଇଁ ସେ ବିଗବସ୍ ଆସିଥିଲେ । ଏହି ଭିଡ଼ିଓରେ ସେ ‘ମେ ତେରା ଭାଇ ତୁ ମେରା ବେହେନା’ ଗୀତକୁ ହିଁ ଯୋଡ଼ିଛନ୍ତି । ଶେହନାଜ ଗିଲ ଜାନୁଆରୀ ୨୭ରେ ପଞ୍ଜାବରେ ଜନ୍ମ ଗ୍ରହଣ କରିଥିଲେ । ଶେହେନାଜ ଗିଲ ଶିବ ଦି କିତାବରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

Comments are closed, but trackbacks and pingbacks are open.