Latest Odisha News

ପୁରୀରେ ପ୍ରବଳ ବର୍ଷା, ଘଡଘଡି: ଜଣେ ମହିଳା ମୃତ

ପୁରୀ: ଆଜି ପ୍ରବଳ ବର୍ଷାରେ ବେହାଲ ପୁରୀ । ସକାଳୁ ସକାଳୁ ଲାଗିରହିଛି ବର୍ଷା ଓ ଘଡଘଡି । ଏହାସହିତ ବଜ୍ରପାତରେ ଜଣେ ମହିଳାଙ୍କର ମୃତ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । ୭ ଆହତଙ୍କୁ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ପୁରୀରେ ପ୍ରବଳ ବର୍ଷା ଓ ଘଡ଼ଘଡ଼ି ସହ ବଜ୍ରପାତ ହୋଇଛି । ଏଥିରେ ଛଇତନା ଭୋଇ ସାହିର ଜଣେ ୪୫ ବର୍ଷିୟ ମହିଳା କୁନ୍ତି ଭୋଇଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୭ ଜଣ ବଜ୍ରପାତରେ ଆହତ ହୋଇଛନ୍ତି । ତେବେ ପ୍ରଥମେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସିତ ଅବସ୍ଥାରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ତେବେ ବର୍ଷା ସମୟରେ ବିଲରେ କାମ କରୁଥିବା ବେଳେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

Comments are closed.